ସାହାରପଡା ଲ୍ୟାମ୍ପ ଅଫିସରେ ଚାଷୀଙ୍କ ସାର ହେରଫେର
ସାହାରପଡା ଲ୍ୟାମ୍ପ ଅଫିସରେ ଚାଷୀଙ୍କ ସାର ହେରଫେର
ପାଟଣା ୦୮-୦୬-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ସ|ହାରପଡା ଲ୍ୟାମ୍ପରେ ଚଳିତ ଖରିଫ ଋତୁ ପାଇଁ ଆସିଥିବା ଚାଷୀଙ୍କର “ସାର” ବାଟମାରଣା ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି | ପ୍ରକାଶ ଥାଉ କି ଲୋକପ୍ରିୟ ତଥା ଲୋକଙ୍କ ସରକାର ଚାଷୀଙ୍କର ସମସ୍ତ ସମସ୍ୟାକୁ ଅଗ୍ରାଧିକାର ଦେଉଥିବା ବେଳେ ଏମିତି ସାର ହେରଫେର ଅଡୁଆରେ ପକାଇଛି |

ଅଭିଯୋଗ କାରି ଜଗଦିଶ ମହାନ୍ତ, ଗୌତମ ମହାନ୍ତ, ଅଜୟ ମହାନ୍ତ, ଲମ୍ବୋଦର ନାଏକ, ମୁକୁନ୍ଦ ଚରଣ ମହାନ୍ତ ପ୍ରମୁଖ ଆରଏସସି ମହୋଦୟ ଙ୍କୁ ତଥା ଜିଲ୍ଲା ପାଷୀଙ୍କୁଳ,ସମବାୟ ମନ୍ତ୍ରୀ, ଙ୍କୁ ଅଭିଯୋଗ କରିଛନ୍ତି | ଅଭିଯୋଗ ଅନୁଯାଇ ଏକ ଟ୍ରକ ସାରକୁ ଲ୍ୟାମ୍ପ ର ଅସାଧୁ କତୃପକ୍ଷ ଅଧା ବାଟରୁ ବ୍ୟବସାୟ ଙ୍କୁ ଦେଇଦେଇଚନ୍ତି |ଏଥିରେ ଡି ଆର ସି ଏସଙ୍କୁ ପଚାରିବାରୁ କହିଲେ ଯେ ଏ ଆର ସି ଏସ ଇନକ୍ୟୁଆରୀ ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |ଆଉ ମଧ୍ୟ ଲ୍ୟାମ୍ପ ସଭାପତି ସୁରେନ୍ଦ୍ର ନାଥ ମାଝୀଙ୍କୁ କହିବାରୁ ସେ ଉଚିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି |ଏସବୁ କୁ ନେଇ ଲ୍ୟାମ୍ପ ଏମ .ଡି ଙ୍କୁ ପଚାରିବାରୁ ସେ କହିଲେ ଯେ ଏଥିରେ କୌଣସି ଅନିୟମିତତା ହୋଇନାହିଁ |


