ମନରେଗା (ଭି ଵି ଜି ରାମ ଜି )କାମରେ ଦୁର୍ନୀତି

ମନରେଗା (ଭି.ଵି.ଜି.ରାମଜି )କାମର ମହାଦୁର୍ନୀତି…

ରିପୋର୍ଟ ଦୀନବନ୍ଧୁ ମିଶ୍ର

ପାଟଣା -୦୮-୦୬-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଇରେଣ୍ଡେଇ ଗ୍ରାମପଞ୍ଚାୟତରେ ମନରେଗା(ଭିବିଜିରାମଜୀ)ଯୋଜନାରେ ହୋଇଥିବା ବର୍ଷାଜଳ ସରଂକ୍ଷଣ ପ୍ରକଳ୍ପ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ପଦାକୁ ଆସିଛି | ଉକ୍ତ ପଂଚାୟତର ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତ ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି | ଅଭିଯୋଗ|ନୁଯାଇ ଇରେଣ୍ଡେଇ ଶିବମନ୍ଦିର ନିକଟ ଓ ଗିଳିରୀଡୁମା ହୁଡ଼ି ନିକଟରେ ଉକ୍ତ ପ୍ରକଳ୍ପ ପାଇଁ ୨୦୨୫-୨୬ ରେ ଦଶଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିବା ଦୁର୍ନୀତି ପଦାରେପଡ଼ିଛି | ପ୍ରକାଶ ଥାଉ କି ଏହି କାମ ୨୦୨୩-୨୪ ରେ ଅନୁମୋଦିତ ହୋଇଥିବା ବେଳେ ୨୦୨୫-୨୬ରେ କାମ କରାଯାଇଛି | ଜିଲ୍ଲା ବାହାରେ ଥିବା ଶ୍ରମିକ ତଥା ଦିବ୍ୟାଙ୍ଗ ଲୋକଙ୍କୁ ମଧ୍ୟ ଶ୍ରମିକ ସଜାଇ ତାଙ୍କ ନାମରେ ଟଙ୍କା ଉଠାଯାଇଛି ଏଥିରେ ସରପଞ୍ଚଙ୍କ ପୂର୍ଣ୍ଣ ହାତ ଥିବା ଅଭିଯୋଗ ହୋଇଛି | କିନ୍ତୁୁ ଗ୍ରାମପଞ୍ଚାୟତ ସରପଞ୍ଚ ଏବଂ ସହକାରୀ ଯନ୍ତ୍ରୀ ସବୁ ଠିକ ଅଛି ବୋଲି ପ୍ରକାଶ କରୁଥିବା ବେଳେ, ଭଲ ଭାବେ ତଦନ୍ତ କଲେ ଦୁର୍ନୀତି ଜଣା ପଡିବ ବୋଲି ଅଭିଯୋଗକାରି ମତ ପ୍ରକାଶ କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *