ଧାର କରଜକୁ ନେଇ ଗୋଟିଏ ଜୁଇରେ ଜଳିଲେ ବାପ ପୁଅ
ଧାର କରଜକୁ ନେଇ ଗୋଟିଏ ଜୁଇରେ ଜଳିଲେ ବାପ ପୁଅ…
ଭୁବନେଶ୍ୱର ୦୬-୦୬-୨୦୨୬(ବି .ଏନ . ଓ ) : ଖୋର୍ଦ୍ଧା ଜିଲ୍ଳା ବାଣପୁର ଥାନା କେଶପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଧାର ଉଧାରକୁ କେନ୍ଦ୍ର କରି ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ପରେ ଉଭୟଙ୍କ ଆତ୍ମହତ୍ୟା। ଶେଷରେ ଗୋଟିଏ ଜୁଇରେ ଜଳିଲେ ବାପା-ପୁଅ। ମୃତକ ବାପା-ପୁଅ ହେଉଛନ୍ତି ନବଘନ ପ୍ରଧାନ ଓ ତାଙ୍କ ସାନ ପୁଅ ତୋଫାନ ପ୍ରଧାନ।
ଘଟଣା ଅନୁସାରେ ମୃତକ ବାପା ନବଘନ ଗାଁରୁ ଧାର ଉଧାର କରି ୧୦ ଲକ୍ଷରୁ ଉର୍ଦ୍ଧ କରଜରେ ବୁଡିଥିଲେ। ବିଦେଶରେ ରହି କରଜ ସୁଝୁଥିଲା ପୁଅ ତୋଫାନ। ଦଶ ଦିନ ପୂର୍ବରୁ ତୋଫାନ ବିଦେଶରୁ ଫେରିଥିଲେ। ବାପା କରଜ କରି ବିବାହିତ ଝିଅକୁ ଅତ୍ୟଧିକ ୫ ଲକ୍ଷ ଟଙ୍କା ଦେବାକଥା ଶୁଣି ଗତ ରାତିରେ ବାପ ପୁଅଙ୍କ ଭିତରେ ଝଗଡ଼ା ଲାଗିଥିଲା। ଘଟଣା ଶେଷରେ ଏପରି ତୀବ୍ର ରୂପ ନେଇଥିଲା ଯେ, ଶେଷରେ ଜୀବନ ହାରି ଗୋଟିଏ ଜୁଇରେ ବାପା-ପୁଅଙ୍କ ଚିତା ଜଳିଛି।ସୂଚନା ଅନୁସାରେ, ବାପା ପୁଅଙ୍କ ଝଗଡ଼ା ପରେ ରାତି ୨ଟାରେ ବାପା ସାଇକେଲ ନେଇ କୁଆଡେ ପଳେଇଯିବି କହି ଘରୁ ବାହାରିଥିଲେ। ଏହି ରାଗରେ ପୁଅ ବିଷ ଖାଇଦେଇଥିଲା। ପୁଅକୁ ତୁରନ୍ତ ବାଣପୁର ଡାକ୍ତରଖାନା ଓ ପରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟ ପଟେ ଭୋରରୁ ବାପାଙ୍କୁ ଖୋଜାଖୋଜି କରିବା ପରେ ବାଲୁଗାଁ ଷ୍ଟେସନ ନିକଟ ରେଳ ଧାରଣାରେ ବାପାଙ୍କ ମୃତ ଦେହକୁ ପାଇଥିଲେ ପରିବାର ଲୋକ। ଉଭୟଙ୍କ ମୃତ୍ୟୁ ପରେ ଶେଷରେ ଗୋଟିଏ ଜୁଇରେ ଜଳିଲେ ଉଭୟ ବାପା ଓ ପୁଅ। ଉଭୟଙ୍କର ଶବ ବ୍ୟବଚ୍ଛେଦ ପରେ ଗାଁ ମଶାଣୀରେ ଗୋଟିଏ ଜୁଇରେ ଜଳିଲେ ବାପ ଓ ପୁଅ।

