“ମେଗା ଷ୍ଟିଲପ୍ଲାଣ୍ଟ ” ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଗ୍ରାମସଭା
“ମେଗା ଷ୍ଟିଲପ୍ଲାଣ୍ଟ “ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଗ୍ରାମସଭା

ପାଟଣା -୧୦-୦୬-୨୦୨୬( ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) ନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ କୋଡଖମନ ଗ୍ରାମରେ ପ୍ଲାଣ୍ଟ ପାଇଁ ନବମ ଗ୍ରାମ ସଭା ଆଜି ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ଦୁଇ ହଜାରରୁ ଅଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ସୁନାର କେନ୍ଦୁଝର ହେବା ସଙ୍ଗେ ସଙ୍ଗେ ଦାଦନ ସମସ୍ୟାରୁ ମୁକ୍ତି ମିଳିବ ବୋଲି ମତ ରଖିଥିଲେ |ଏହା ସହିତ ବିସ୍ଥାପିତ ଗ୍ରାମର ପିଲାମାନଙ୍କର ଚାକିରୀ,ଶିକ୍ଷା ବ୍ୟବସ୍ଥା, ପାନୀୟଜଳ,ମେଡିକାଲର ସୁବ୍ୟବସ୍ଥା ଏବଂ ସରକାରଙ୍କର ନିୟମାନୁଯାୟୀ ଜମିର ଉଚିତ ମୂଲ୍ୟ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ | ଗ୍ରାମସଭା ଶାନ୍ତି ଶୃଙ୍ଖଳା ନିମନ୍ତେ,ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ,ଉମା ଶଙ୍କର ଦଳେଇ,ପାଟଣା ତାହସିଲଦାର ଅଶ୍ୱନୀ କୁମାର ନାଏକ,ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ,କେନ୍ଦୁଝର ପୋଲିସ ସହିତ ପାଟଣା ଥାନାଧିକାରୀ କିରଣ କୁମାର ସାହୁ, ତୁରୁମୁଙ୍ଗା ଥାନାଧିକାରୀ ଦୀପ୍ତି ରଞ୍ଜନ ସାହୁ, ସରପଞ୍ଚ ଶଶିଭୂଷଣ ନାଏକ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳାର ସହିତ ଗ୍ରାମ ସଭା ସମ୍ପର୍ଣ୍ଣ ହୋଇଥିଲା |

