ନୀଳକନ୍ଦରକୁ ବିଜେ କରିବେ ନୀଳମଣି
ନୀଳକନ୍ଦରକୁ ବିଜେ କରିବେ ନୀଳମଣି
ପୁରୀ ୨୭-୦୭-୨୦୨୬(ବି .ଏନ .ଓ ) : ୧୨ ଦିନର ଲୀଳାଖେଳା ଶେଷ ପରେ ସୋମବାର (୨୦୨୬ ଜୁଲାଇ ୨୭) ଚତୁର୍ଦ୍ଧାବିଗ୍ରହ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ରାମକୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ପ୍ରଥମେ ବିଜେ କରିବେ।ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦୀକୁ ଯିବେ। ନୀଳାଦ୍ରି ବିଜେ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରିଛି।
ନୀଳାଦ୍ରି ବିଜେ ନିର୍ଦ୍ଧାରିତ ନୀତିକାନ୍ତି (୨୭.୦୭.୨୦୨୬)
ମଙ୍ଗଳ ଆଳତି: ଭୋର ୪ଟା
ମଇଲମ-ତଡ଼ପଲାଗି: ସାଢ଼େ ୪ଟା
ଅବକାଶ: ଭୋର ୫ଟା
ବେଶଶେଷ: ସାଢ଼େ ୫ଟା
ଗୋପାଳବଲ୍ଲଭ: ସାଢ଼େ ୬ଟା
ସକାଳ ଧୂପ: ୭ଟାରୁ ୮ଟା
ମହାସ୍ନାନ ଓ ସର୍ବାଙ୍ଗ: ସାଢ଼େ ୯ଟା
ମଧ୍ୟାହ୍ନ ଧୂପ: ସାଢ଼େ ୧୦ଟାରୁ ସାଢ଼େ ୧୧ଟା
ସନ୍ଧ୍ୟା ଆଳତି: ମଧ୍ୟାହ୍ନ ୧୨ଟା ୧୫
ସନ୍ଧ୍ୟା ଧୂପ: ସାଢ଼େ ୧୨ଟାରୁ ସାଢ଼େ ଗୋଟେ
ଚାରବନ୍ଧା: ସାଢ଼େ ୧ଟାରୁ ସାଢ଼େ ୩ଟା
ସିଂହାସନ ମାଜଣା: ସାଢ଼େ ୩ଟା
ପୁଷ୍ପାଞ୍ଜଳି: ୩ଟା ୫୦
ପହଣ୍ଡି ଆରମ୍ଭ: ଅପରାହ୍ଣ ୪ଟା
ପହଣ୍ଡି ଶେଷ: ରାତି ୧୦ଟା
ରୁନ୍ଧା ଶେଷ: ରାତି ସାଢ଼େ ୧୨ଟା
ଦଇତାପତି ସର୍ବାଙ୍ଗ: ରାତି ଗୋଟେ
ଶ୍ରୀମୁଖ ଖଣ୍ଡୁଆ: ୧ଟା ୧୦
ଚାରମାଳ ଫିଟା: ୧ଟା ୧୫ରୁ ୨ଟା ୧୫
ଶ୍ରୀସୁଦର୍ଶନ ଦେବ ସିଂହାସନକୁ ବିଜେ: ରାତି ସାଢ଼େ ୨ଟା
ଶ୍ରୀମୁଖ ଖଣ୍ଡୁଆ ମଇଲମ: ସାଢ଼େ ୨ଟା
ଚକାପୋଛା: ରାତି ୨ଟା ୪୫
ସିଂହାସନ ଧୁଆ: ୩ଟା
ଶ୍ରୀମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ: ୩ଟା ୧୦
ମହାସ୍ନାନ ଶେଷ: ସାଢ଼େ ୩ଟା
ରୋଷ ହୋମ: ୩ଟା ୩୫
ଚନ୍ଦନଲାଗି: ୩ଟା ୪୫
ସୂର୍ଯ୍ୟପୂଜା: ଭୋର ୪ଟା
ଦ୍ବାରପାଳ ପୂଜା: ୪ଟା ୧୫
ବଡ଼ସିଂହାର ବେଶ: ଭୋର ୪ଟା ୧୫
ରାତ୍ର ପହୁଡ଼: ଭୋର ୫ଟା

