ଜରାଜୀର୍ଣ୍ଣ ଅବସ୍ଥାରେ କାମେଶ୍ୱରପୁର ଅଙ୍ଗନୱାଡି କେନ୍ଦ୍ର

ଜରାଜୀର୍ଣ୍ଣ ଅବସ୍ଥାରେ କାମେଶ୍ୱରପୁର ଅଙ୍ଗନୱାଡି କେନ୍ଦ୍ର

ପାଟଣା- ୨୭-୦୭-୨୦୨୬(ବି .ଏନ .ଓ ) :-(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ କାମେଶ୍ୱରପୁର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି।କେନ୍ଦ୍ରର ଛାତର ପଲସ୍ତରା ଖସିପଡ଼ି ଲୁହା ରଡ଼ ବାହାରକୁ ଦେଖାଯାଉଛି।

ଏପରି ଜରାଜୀର୍ଣ୍ଣ ଘରରେ ଛୋଟ ଛୋଟ ପିଲାମାନଙ୍କୁ ବସାଇ ପାଠପଢ଼ା କରାଇବା ବିପଦପୂର୍ଣ୍ଣ ହୋଇପଡ଼ିଥିବାରୁ ବାଧ୍ୟ ହୋଇ ଅଙ୍ଗନ ୱାଡି ଦିଦି ଙ୍କ ଘରେ ପାଠପଢ଼ା ଚାଲିଛି। ଗ୍ରାମବାସୀଙ୍କ କହିବା ଅନୁସାରେ,ଦୀର୍ଘ ଦିନ ଧରି (୨୦୧୨ ମସିହା )ଠାରୁ ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଦାବି କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ ଏଥିରେ ଯେମିତି ପ୍ରଶାସନ ନିଦରେ ସୋଇ ଯାଇଛି | ଏବେ ବର୍ଷା ଋତୁରେ ଛାତରୁ ପାଣି ଗଳୁଥିବା ସହ ଯେକୌଣସି ସମୟରେ ଛାତ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଗ୍ରାମବାସୀମାନେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ତୁରନ୍ତ ନୂତନ ଅଙ୍ଗନୱାଡି କେନ୍ଦ୍ର ଘର ନିର୍ମାଣ କରି ଶିଶୁମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି |

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *