ସର୍ପIଘାତରେ ଅବସର ପ୍ରାପ୍ତ ଶିକ୍ଷାବିତଙ୍କ ମୃତ୍ୟୁ
ସର୍ପIଘାତରେ ଅବସର ପ୍ରାପ୍ତ ଶିକ୍ଷାବିତଙ୍କ ମୃତ୍ୟ
ପାଟଣା -୨୮-୦୭-୨୦୨୬ (ବି. ଏନ. ଓ )-(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲିପୋଷୀ ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜ ସେବି ହିସାବରେ ଅଂଚଳରେ ବେଶ ଜଣା ଶୁଣା ବ୍ୟକ୍ତି ତଥା ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ, ପାର୍ଥ ସାରଥୀ ବେଜ ଙ୍କ ପିତା ରବୀନ୍ଦ୍ର କୁମାର ବେଜ, 75 ବର୍ଷ ସେ ରାତିରେ ପରିସ୍ରା କରିବା କୁ ଉଠି ଥିବା ବେଳେ ଏକ ବିଷାକ୍ତ ସାପ ଉପରେ ଗୋଡ ପଡିଯାଇଥିଲା ଏବଂ ସାପ ଟି କାମୁଡି ଦେଇଥିଲା,ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ପାଟଣା ଡାକ୍ତର ଖାନା କୁ ନେଇ ଯାଇଥିଲେ ପରେ କେନ୍ଦୁଝର ବଡ ଡାକ୍ତର ଖାନା କୁ ସ୍ଥାନାତର କରା ଯାଇଥିଲା | କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ | ସେ ଜଣେ ମିଷ୍ଟ ଭାସି, ପରଉପକାରୀ ତଥା ସମାଜର ବିକାଶ ଦିଗରେ ସଦା ସର୍ବଦା କାର୍ଯ୍ୟ କରୁଥିଲେ |
ଏଥି ରେ, ସାଂସଦ ଅନନ୍ତ ନାଏକ, ବଧାୟକ ଅଖିଳଚନ୍ଦ୍ର ନାଏକ, ଯୁବ ନେତା କମଳାକାନ୍ତ ଦାଶ, ଯୁବନେତା ଲୁଲୁ ପଲେଇ, ଯୁବନେତା,କାଠିଆ (ନନା) ଦ୍ବିବେଦୀ,ଜତୀନ୍ଦ୍ର ଦାଶ, ସଂଜିତ ଚକ୍ର, ଦୀପକ କୁମାର ଭଞ୍ଜଦେଓ, ବ୍ୟବସାୟିକ ତଥା ଶିଳ୍ପପତି ଅଜୟ କୁମାର ଦାଶ,
ୟୁପି ସ୍କୁଲ ଜିଲ୍ଲା ସମ୍ପାଦକ, କମଳାକାନ୍ତ ପତି, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି , ସରପଞ୍ଚ ଭାମା ମଣି ଦାସ ତଥା ସମସ୍ତ ଅଞ୍ଚଳ ବାସି ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଶୋକଶନ୍ତପ୍ତପରିବାରଙ୍କୁସମବେଦନା ଜଣାଇ ଛନ୍ତି |ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ତାଙ୍କର ଅମର ଆତ୍ମା ର ସଦଗତିକାମନା କରିଛନ୍ତି |


