ଟଙ୍କା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ ରେ ହାଜର ହେଲା ଭାଇ
ଟଙ୍କା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ ରେ ହାଜର ହେଲା ଭାଇ…
ପାଟଣା, ୨୮-୦୪-୨୦୨୬(ବି.ଏନ .ଓ ) : (ଦୀନବନ୍ଧୁ ମିଶ୍ର ) ପାଟଣା ବ୍ଲକ ଦିଆ ନାଳୀ ଗ୍ରାମର ଜିତୁ ମୁଣ୍ଡା ମୃତ ଭଉଣୀର ଟଙ୍କା ମଲିପୋଷି ଗ୍ରାମ୍ୟ ବ୍ୟାଙ୍କରୁ ଉଠାଇ ବାକୁ ଯାଇଥିଲେ | ବ୍ୟାଙ୍କ କତୃପକ୍ଷ ଟଙ୍କା ନ ଦେବାରୁ ଜିତୁ ମୁଣ୍ଡା ଘରକୁ ଯାଇ ଭଉଣୀର ମୃତ କଙ୍କାଳକୁ ମାଟି ତଳୁ ଖୋଳି ଏକ ସିମେଣ୍ଟ ବସ୍ଥାରେ ପୁରାଇ , ଉକ୍ତ ବ୍ୟାଙ୍କ ରେ ପହଂଚି ଥିଲା | ଫଳରେ ବ୍ୟାଙ୍କରେ ଉତେଜନା ଦେଖା ଦେଇଥିଲା | ସୂଚନାନୁଯାୟୀ ବ୍ୟାଙ୍କ କତୃପକ୍ଷ ଗାଁ ଗାଉଁଲରେ ଥିବା ଗରିବ ମୂର୍ଖ ଲୋକଙ୍କୁ କେମିତି ବୁଝାଇ ବାକୁ ହବ ତାର ଅଭାବ ରହିଛି, ଏଣୁ ଏମିତି ଅଫିସରଙ୍କୁ ତୁରନ୍ତ ଶିକ୍ଷା ବିଭାଗକୁ ପଠାଇ ବାକୁ ଦାବି ହେଉଛି, ଏବଂ ସେଇ ଗରିବ ଲୋକ କେମିତି ନ୍ୟାୟ ପାଇବେ, ଜନସାଧାରଣ ଦାବିକରିଛନ୍ତି |

