ପାଟଣାରେ ହେବ ଜେଏମଏଫସି କୋର୍ଟ
ପାଟଣାରେ ହେବ ଜେଏମଏଫସି କୋର୍ଟ…
ପାଟଣା ୧୩-୦୫-୨୦୨୬(ବି ,ଏନ ,ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ବଡ଼ପାଟଣା ଗ୍ରାମ ପଞ୍ଚାୟତ ପୁଟୁଳିଆ ଗ୍ରାମରେ,(ଜେ.ଏମ .ଏଫ .ସି ) କୋର୍ଟ ହେବାର ପ୍ରତିଶୃତି ଲୋକଙ୍କ ସରକାର ଦେଇଥିଲେ |ଯାହା ଗତ ୧୧-୦୫-୨୦୨୬ ତାରିଖରେ ଉଛେଦ କାମ ଆରମ୍ଭ ହୋଇଛି |ଏଥିରେ ନିରାକାର ମହାନ୍ତ, ଅଭି ମହାନ୍ତ ଙ୍କ ଘର, ଏବଂ ଅର୍ଜୁନ ମହାନ୍ତଙ୍କ ବ୍ରୟଲର ଫାର୍ମ କୁ ଜେସିବି ଦ୍ୱାରା ଉଛେଦ କରାଯାଇଛି |ଏଥିରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖିବାକୁ ମିଳିଥିଲା | ଏଥି ପାଇଁ,ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି |

ଏହି ଉଛେଦ କାର୍ଯ୍ୟରେ, ମାଜିଷ୍ଟ୍ରେଟ ଭାବେ ଅତରିକ୍ତ ତହସିଲଦାର, ଶ୍ରୀ ରବିଶଙ୍କର ହେମରମ, ପାଟଣା ତହସିଲଦାର ଶ୍ରୀ ଅଶ୍ୱନୀ କୁମାର ନାୟକ, ଅତିରିକ୍ତ ତହସିଲଦାର, ଶ୍ରୀ ଶରଣ କୁମାର ଜେନା, ପାଟଣା ଥାନାଧିକାରୀ ଶ୍ରୀ କିରଣ ପ୍ରସାଦ ସାହୁ ଉପସ୍ଥିତ ରହି ଉଛେଦ କାର୍ଯ୍ୟକୁ ତଦାରଖ କରିଥିଲେ |ପ୍ରକାଶ ଥାଉକି ଯାହା ଅନେକ ଦିନର ଅଂଚଳ ବାସୀଙ୍କର(ଜେ.ଏମ .ଏଫ .ସି ) କୋର୍ଟ ର ସ୍ବପ୍ନ ଆଜି ସତ ହୋଇଛି | ଏଥିପାଇଁ ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟ ମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଏବଂ ବିଧାୟକ ଶ୍ରୀ ଯୁକ୍ତ ଅଖିଳ ଚରଣ ନାୟକ, ଏବଂ ଏମ ପି . ଶ୍ରୀ ଯୁକ୍ତ ଅନନ୍ତ ଚରଣ ନାୟକଙ୍କୁ ଜନସାଧାରଣ ପ୍ରଶଂସା କରିଛନ୍ତି |

