ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ
ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ
ପାଟଣା -୦୨-୦୮-୨୦୨୬(ବି. ଏନ. ଓ )-(ଦୀନବନ୍ଧୁ ମିଶ୍ର )-କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭା ଗୃହ ରେ ଆସନ୍ତା ଅଗଷ୍ଟ 15 ସ୍ୱାଧୀନତା ଦିବସ ସୁଚାରୁ ରୂପେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଚେୟାରମ୍ୟାନ ବୀଣାପାଣି ନାଏକ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇ ଯାଇଛି |ବୈଠକ ରେ ନିଷ୍ପତିନୁଯାଇମୁଖ୍ୟ ଅତିଥି ଭାବେ ବିଧାୟକ ଅଖିଳ ଚନ୍ଦ୍ର ନାଏକ ଜାତୀୟ ପତାକା ଉତୋଳନ କରିବା ସଙ୍ଗେ ସଙ୍ଗେ, ଅଭିବାଦନ ମଧ୍ୟ୍ୟ ଗ୍ରହଣ କରିବେ | ବୈଠକ ରେ BDO ମାନସ ରଞ୍ଜନ ଦଣ୍ଡପାଟ, ଗୋଷ୍ଟି ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ଅମାନ୍ତ, ଯୁବ ନେତା ପ୍ରତିନିଧି କମଳା କାନ୍ତ ଦାଶ,ପାଟଣା ମେଡିକାଲ ଅଫିସର Dr. ସାଗର ନାଏକ ଏବଂ ଅନ୍ୟ ସମସ୍ତ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ |ଏହା ବ୍ୟତୀତ ପାଟଣା
ଆନନ୍ଦେସ୍ୱର ମନ୍ଦିର ସଭାପତି ତଥା ସମାଜସେବୀ ଯୁଗଳ କିଶୋର ଦାଶ (ଟୁକୁନା ନନା )
କ୍ରୀଡା ବିତ ପ୍ରମୋଦ କୁମାର ଭଞ୍ଜ, ପାଟଣା କଲେଜ କ୍ୟାପଟେନ ଧର୍ମେଦ୍ର କୁମାର ସାହୁ, ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ କମଳା କାନ୍ତ ପତି,ଅଗ୍ନି ସମ ଅଧିକାରୀ
ଗୌର ହେମରମ,ତଥା ମିଡ଼ିଆ ହାଉସ ର ତଥା ଗଣମାଧ୍ୟ୍ୟମର ସମସ୍ତ ସାମ୍ବାଦିକ ଗଣ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ଥିଲେ |ଶେଷରେ ବ୍ଲକ ସ୍ତରରେ ମାଟ୍ରିକ ପରୀକ୍ଷା ରେ ଟପର ହୋଇ ଥିବା ଛାତ୍ର, କୃଷି କ୍ଷେତ୍ର ରେ ଉତ୍ତମ ଚାଷୀ,ଏବଂ ନିରପେକ୍ଷ ତାର ସହ କାର୍ଯ୍ୟ କରୁଥିବା ସାମ୍ବାଦିକ ଙ୍କୁ ସମ୍ବୋର୍ଦ୍ଧିତ କରା ଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା |

