ସ୍ୱାଧୀନତା ଦିବସ ପାଳନ ପାଇଁ “ମିଡ଼ିଆ ହାଉସ” ର ପ୍ରସ୍ତୁତି ବୈଠକ
ସ୍ୱାଧୀନତା ଦିବସ ପାଳନ ପାଇଁ “ମିଡ଼ିଆ ହାଉସ” ର ପ୍ରସ୍ତୁତି ବୈଠକ
ପାଟଣା: ୦୪-୦୮-୨୦୨୬-(ବି. ଏନ. ଓ )-(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନିକଟରେ ଥିବା ମିଡ଼ିଆ ହାଉସ କାର୍ଯ୍ୟାଳୟ ରେ ଆସନ୍ତା ଅଗଷ୍ଟ ୧୫ ପବିତ୍ର ସ୍ୱାଧୀନତା ଦିବସକୁ ଆଡମ୍ବରପୂର୍ଣ୍ଣ ଓ ଯାକଜମକର ସହ ପାଳନ କରିବା ଲକ୍ଷ୍ୟରେ ପାଟଣା ମିଡ଼ିଆ ହାଉସ କାର୍ଯ୍ୟାଳୟ ଗୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାହାସ ବିହାରୀ ପୁଷ୍ଟି ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଦୀନବନ୍ଧୁ ମିଶ୍ର, ଉପଦେଷ୍ଟା ବିରୋକିଶ୍ୱର ଦାଶ, ଯତୀନ୍ଦ୍ର ଦାଶ, ସଂଜିତ କୁମାର ଚକ୍ର ଙ୍କ ସମେତ ପାଟଣା ମିଡ଼ିଆ ହାଉସର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ସ୍ୱାଧୀନତା ଦିବସକୁ ସୁଚାରୁରୂପେ ପାଳନ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, କେବଳ ସ୍ୱାଧୀନତା ଦିବସ ନୁହେଁ, ଆଗାମୀ ଦିନରେ ସାଧାରଣତନ୍ତ୍ର ଦିବସ (୨୬ ଜାନୁଆରୀ) ସମେତ ସମସ୍ତ ଜାତୀୟ ଦିବସକୁ ମଧ୍ୟ ପାଟଣା “ମିଡ଼ିଆ ହାଉସ” ପକ୍ଷରୁ ଯାକଜମକର ସହ ପାଳନ କରିବ । ଆସନ୍ତା ଅଗଷ୍ଟ ୧୫ ତାରିଖ ସକାଳ ୭ଟା ୧୦ ମିନିଟ୍ ସମୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟଣା “ମିଡ଼ିଆ ହାଉସ “କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ସଦସ୍ୟମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଜାତୀୟ ପର୍ବଗୁଡ଼ିକୁ ଆନନ୍ଦ ର ସହ ପାଳନ କରିବା ପାଇଁ ମତ ପ୍ରକାଶ କରିଥିଲେ।

