ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ଉତ୍ସବ
ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ଉତ୍ସବ
ପାଟଣା: ୩୧-୦୭-୨୦୨୬(ବି. ଏନ. ଓ ) -(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ “କୃଷ୍ଣଚନ୍ଦ୍ର ମହାନ୍ତ “ଙ୍କ ଅବସର ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଏହିସମ୍ବର୍ଦ୍ଧନା ସଭାରେ ସଭାପତି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାଏକ, ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗଦିଶ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ପ୍ରାଥମିକ ଶିକ୍ଷକ ଜିଲ୍ଲା ସଂଘ ସଂପାଦକ କମଳାକାନ୍ତ ପତି, ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ପ୍ରମୋଦ କୁମାର ମହାନ୍ତ,ସମ୍ମାନିତ ଅତିଥି ଇଶ୍ଵର ଚନ୍ଦ୍ର ନାଏକ, ରତ୍ନାକର ସେଠୀ, ସୁକାନ୍ତ କୁମାର ମହାନ୍ତ, କେନ୍ଦ୍ର ସାଧନ ସଂଯୋଗକ ମୂଷାଖୋରୀ (CRC) କୁନାଲ କୁମାର ପଣ୍ଡା, ମଞ୍ଚ ପରିଚାଳନା ଶିକ୍ଷକ ଗୌତମ ମହାନ୍ତ, ବିଜୟ କୁମାର ମହାରଣା, ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟର ପରିଚାଳନା କମିଟି ର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ରହି କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ଦୀର୍ଘ ଶିକ୍ଷାଦାନ ଜୀବନ, ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅତୁଳନୀୟ ଅବଦାନକୁ ସମସ୍ତେ ଶ୍ରଦ୍ଧାର ସହ ପ୍ରଶଂସା କରିଥିଲେ | ଉତ୍ସବ ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକୀ ପ୍ରଦାନ କରାଯାଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ସମସ୍ତ ଉପସ୍ଥିତ ବ୍ୟକ୍ତିବୃନ୍ଦ ତାଙ୍କର ସୁସ୍ଥ, ସୁଖମୟ ଓ ଶାନ୍ତିପୂର୍ଣ୍ଣ ଭାବେ ଅବସରକାଳୀନ ଜୀବନ ଅତିବାହିତ ନିମନ୍ତେ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଥିଲେ |

