ମଲ୍ଲୀପଶି ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ
ମଲ୍ଲୀପଶି ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ
ପାଟଣା ୨୨-୦୪-୨୦୨୬(ବି ,ଏନ ,ଓ ) : (ଦୀନବନ୍ଧୁ ମିଶ୍ର ) ପାଟଣା ବ୍ଲକ ମଲ୍ଲୀପଶି ଗ୍ରାମର ଜଗନ୍ନାଥ ମନ୍ଦିରରେ ଯଥା ବିଧି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁଜା ଅର୍ଚ୍ଚନା କରି ରଥ କାଠ ଅନୁକୂଳ ନିମନ୍ତେ ବାଜା, ବାଣ, ଶଙ୍ଖ,ମହୁରୀ ଘଣ୍ଟ ବାଦ୍ୟ ସହିତ ହରିବୋଲ ହୁଳହୁଳି ଶବ୍ଦ ମଧ୍ୟରେ ଶହଶହ ଭକ୍ତ ରଥ କାଠ ଅନୁକୂଳ ନିମନ୍ତେ ମୂଷାଖୋରୀର ମା ବାସୁଳି ଙ୍କ ପୀଠରୁ ଆଜ୍ଞାମାଳ ଆଣିବା ପାଇଁ ଯାଇଥିଲେ | ମହାପ୍ରଭୁ ଙ୍କ ଆଦ୍ୟ ସେବକ ମହାରାଜ ରବିନାରାୟଣ ସିଂ ଉକ୍ତ ମାଳକୁ ଧରି ରଥ ମହାରଣା ଓ ସେବକ ମାନେ ବନ ଗମନ କରିଥିଲେ |ପୂଜାର୍ଚନା ପରେ ରଥକାଠ ଛେଦନ କରି ରଥଖଳାକୁ ଅଣା ଯାଇଥିଲା | ସେହି ରଥ କାଠକୁ ପ୍ରତି ସାହିର ମା ଭଉଣୀ ମାନେ ବନ୍ଦାପନା କରିବାସହିତ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଜୟ ଜଗନ୍ନାଥ ଧ୍ବନି ରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା |ପ୍ରକାଶ ଥାଉ କି ମଲ୍ଲୀପଶି ରଥ ଯାତ୍ରାରେ ତିନିଗୋଟି ରଥ ରେ ରଥ ଯାତ୍ରା ହୋଇଥାଏ | ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ରଥ ଦଉଡ଼ି ଧରି ଟାଣି ଥାଆନ୍ତି ଯାହାକି ଏକ ଅନନ୍ୟ ରଥ ଯାତ୍ରା | ଯେଉଁ ଯାତ୍ରା ରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି । ଆଜି ର ଏହି ରଥ ଅନୁକୂଳ କାର୍ଯ୍ୟ କୁ ମନ୍ଦିର ପରିଚାଳନା କମିଟିର ସଭାପତି ପାର୍ଥ ସାରଥୀ ବେଜ୍ , ସମ୍ପାଦକ ଭାବଗ୍ରାହୀ ମହାନ୍ତ , ମୂଖ୍ୟ ରଥ ମହାରଣା ସୁଦର୍ଶନ ନାଏକ, ଭାସ୍କର ଦାସ, ହର୍ଷ ସେଠୀ, ସୁରେଶ ଚନ୍ଦ୍ର ନାଏକ, ନବକିଶୋର ରଣା, ଶରତ ବାରିକ, ନିରାକାର ରଣା, ନିରାକାର ନାଏକ, ନେତ୍ରାନନ୍ଦ ନାଏକ, ମନୋରଞ୍ଜନ ମହାନ୍ତ, ରତ୍ନାକର ନାଏକ, ଜଳଧର ରଣା, ବାବୁ ଦାସ ତଥା ଅନ୍ୟ ଭକ୍ତ ମାନେ ଯୋଗ ଦାନ କରି ଏହି ଅଧ୍ୟାତ୍ମିକ କାର୍ଯ୍ୟରେ ସହଯୋଗ କରିଥିଲେ |

