rajyara bibhinna khabar

ରାଜ୍ୟର ପ୍ରମୁଖ ଖବର…

ଭାରତ ମାଳା ରାସ୍ତାରେ ଦୁଇ କାର୍‌ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୩ ମୃତ, ୫ ଗୁରୁତର

 

 

car accident

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ଭାରତମାଳା ରାସ୍ତାରେ ବଡ଼କୁମାରୀ ନିକଟରେ ଦୁଇ କାର ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ।  ଘଟଣା ସ୍ଥଳରେ ଦୁଇ ବୟସ୍କଙ୍କ ସହ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିରେ ପାଞ୍ଚ ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉମରକୋଟ ଉପ ଖଣ୍ଡସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

car accident1

ଗୋଟିଏ କାର୍‌ ଝରିଗାଁ ଚିତାବେଢା ଗ୍ରାମରୁ ଭୋଜି ଖାଇ ଫେରୁଥିବା ବେଳେ ଅନ୍ୟ କାର୍‌ଟି ମୋଟେରରୁ ରାଇଘର ହଳଦୀ ବରଯାତ୍ରୀ ପାଇଁ ଯାଉଥିଲେ। 

ମୃତକମାନେ ହେଲେ କୋରାପୁଟ ଜିଲ୍ଲା ସୁନାବେଡାର ଅରୁଣ କୁମାର ପଣ୍ଡା(୬୫), ନାତି ଆଶୁତୋଷ ରଥ(୧୦), ସୁବ୍ରତ ଶତପ‌ଥୀ (୩୫)। ଏମାନେ ଝରିଗାଁ ବ୍ଳକର ଚିତାବେଡା ଗାଁର ଶିବ ଶତପଥୀଙ୍କ ଉପନୟନ କାର୍ଯ୍ୟକ୍ରମରେ ଫେରୁଥିଲେ। ଥାନା ଅଧିକାରୀ ବିପିନ ବାଗଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

 

ସୁନ୍ଦରଗଡ଼ ଗର୍ଜନବାହାଲ ଏମ୍‌ସିଏଲ୍‌ କୋଇଲା ଖଣିରେ ଗୋଷ୍ଠୀ ସଂଘର୍ଷ

 

 

Gemini_Generated_Image
AI generated Image
  • ସୁନ୍ଦରଗଡ଼ ଗର୍ଜନବାହାଲ ଏମ୍‌ସିଏଲ୍‌ କୋଇଲା ଖଣିରେ ଗୋଷ୍ଠୀ ସଂଘର୍ଷ
  • କୋଇଲା ଲୋଡିଂକୁ ନେଇ ସଂଘର୍ଷ ଘଟିଥିବା ସୂଚନା
  • ପଥରମାଡ଼ରେ ଏସ୍‌ଆଇ ଓ କନଷ୍ଟେବଲ ଆହତ

ହେମଗିର ଗର୍ଜନବାହାଲ ଖଣିରେ କୋଇଲା ପରିବହନକୁ କେନ୍ଦ୍ର କରି ଗାଡ଼ି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ଗାଡ଼ି ଚାଳକଙ୍କ ଆକ୍ରମଣ, ଦୁଇ ପୁଲିସ ଅଧିକାରୀ ଆହତ। ଆହତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବଲିଙ୍ଗା ଫାଣ୍ଡି ଅଧିକାରୀ ସୁଶିଳ ବଗର୍ତ୍ତୀ ଓ ହାବିଲଦାର ଅମରଜିତ ପଣ୍ଡା। 

 

ସହକାରୀ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଠିକାଦାରଙ୍କ ମାଡ଼, ଥାନାରେ ଏତଲା

 

Nandahandi

ନନ୍ଦାହାଣ୍ଡି:   ନବରଙ୍ଗପୁର ଜିଲ୍ଲା,ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡା ପଂଚାୟତ ରେ କାର୍ଯ୍ୟରତ ଏଡିଇଓ କୃପାସିନ୍ଧୁ ହିଆଲଙ୍କୁ ସେହି ପଞ୍ଚାୟତ ଅନ୍ତର୍ଗତ କକଟିସିଲ ଗ୍ରାମର ତ୍ରିନାଥ ସାନ୍ତା ମାଡ଼ ମାରିଥିବା ନେଇ ଡ଼ଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ଗୁଣନିଧି ବାଘ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ, ଝାଡ଼ବନ୍ଧଗୁଡା ପଞ୍ଚାୟତ ର କୌଣସି ଏକ ସରକାରୀ କାର୍ଯ୍ୟ କୁ ନେଇ  ଏ.ଡି.ଇ.ଓ କୃପାସିନ୍ଧୁ ହିଆଲ  ବ୍ଲକ କାର୍ଯ୍ୟାଳୟରେ କାମ କରି ବାହାରକୁ ବାହାରିବା ସମୟ ରେ ବ୍ଲକ କାର୍ଯ୍ୟାଳୟ ପରିସର ରେ ଉପସ୍ଥିତ ଥିବା  ତ୍ରିନାଥ ସାନ୍ତା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଓ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଥାନା ରେ ଏତଲା ଦେବା ସମୟରେ ବ୍ଲକ ର ସମସ୍ତ ଏ.ଡି.ଇ.ଓ ଓ ଅନ୍ୟ  କର୍ମଚାରୀ ଉପସ୍ଥିତ ଥିଲେ। ବ୍ଲକ କାର୍ଯ୍ୟାଳୟ ପରିସର ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ମାଡ଼ ମାରିଥିବାରୁ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ  ନ୍ୟାୟିକ କାର୍ଯ୍ୟନୁଷ୍ଠାନ ପାଇଁ ଥାନା ରେ ଏତଲା ଦେବା ପାଇଁ କହିଥିବା ପ୍ରକାଶ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ। ତେବେ ପୂର୍ବରୁ ମଧ୍ୟ ଏହିଭଳି ଘଟଣା ବ୍ଲକ କାର୍ଯ୍ୟାଳୟ ଭିତରେ ଘଟିଥିବାର ନଜିର ରହିଥିବା ବେଳେ ବ୍ଲକ ରେ କାର୍ଯ୍ୟରତ କର୍ମଚାରୀ ନିଜକୁ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଛନ୍ତି।

 

ଯାଦୁଗର ଉଦ୍ଧବ ପଧାନଙ୍କୁ ସ୍ବର୍ଣ୍ଣ ପଦକ…

 

jadugar

ସୁବର୍ଣ୍ଣପୁର:  ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡପାଲି ଗ୍ରାମର ଯାଦୁଗର ଉଦ୍ଧବ ପଧାନ ଜିନିଅସ ୱାର୍ଲଡ ରେକର୍ଡ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ଏପ୍ରିଲ ୧ତାରିଖରେ ଉତ୍ତରପ୍ରଦେଶର ଆଗ୍ରାରେ ଆୟୋଜିତ ଏକ ବିଶ୍ୱ ରେକର୍ଡ ପ୍ରୟାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜିନିଅସ ୱାର୍ଲଡ ରେକର୍ଡ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗିନିଜ ୱାର୍ଲଡ ରେକର୍ଡ ଏବଂ ଲିମ୍‌କା ବୁକ ଅଫ ରେକର୍ଡ ପାଇଁ ସେ ଅଫିସିଆଲ ଆବେଦନ କରିଥିବା ସୂଚନା ମିଳିଛି। ସ୍ୱର୍ଗତ ଯାଦୁଗର ଓ.ପି. ଶର୍ମା ସ୍ମୃତି ସମ୍ମାନ ସମାରୋହ ସମିତି ଆଗ୍ରା ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଯାଦୁ ଦ୍ବାରା ଜଳ ଏବଂ ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି ସହିତବିଶ୍ଵ ରେକର୍ଡ କରିବା ପାଇଁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ୧୨୫ ଜଣ ଯାଦୁଗର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ପଧାନଙ୍କୁ ଓ.ପି. ଶର୍ମା ସ୍ମୃତି ସେବା ସମ୍ମାନରେ ସମ୍ମାନିତ କରାଯାଇଛି।ଶ୍ରୀ ପଧାନ ନିଜର ଯାଦୁ କଳାକୁ କେବଳ ମନୋରଞ୍ଜନରେ ସୀମିତ ନ ରଖି ସାମାଜିକ କୁସଂସ୍କାର,ଅନ୍ଧବିଶ୍ୱାସ ଦୂର କରିବା ଏବଂ ଶିକ୍ଷାର ପ୍ରସାର ପାଇଁ ବ୍ୟବହାର କରନ୍ତି । ସେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଦୋଦରସ୍ଥିତ ମା’ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇଟି ଅଧ୍ୟାପକ ତଥା ଯୁବ ରେଡକ୍ରସ କାଉନସେଲରଭାବେ କାର୍ଯ୍ୟରତ ଅଛନ୍ତି।ସୂଚନା ଥାଉ କି ଉଦ୍ଧବ ରାଜ୍ୟପାଳ ପୁରସ୍କାର,ଶ୍ରେଷ୍ଠ ନାଗରିକ ପୁରସ୍କାର,ସବୁଜ ଯୋଦ୍ଧା ସେନାପତି ସମ୍ମାନ, ଶ୍ରୀକ୍ଷେତ୍ର କଳା ରତ୍ନ ସମ୍ମାନ,ଜାତୀୟ ସ୍ତରୀୟ ବିଲ୍ଡ ଭାରତ ଲିଡରସିର୍ପ ଆୱାର୍ଡ ସମେତ ବିଭିନ୍ନ ମଞ୍ଚ ରେ ଅନେକ ପ୍ରଶଂସାପତ୍ର ଓ ସମ୍ମାନ ଲାଭ କରିଛନ୍ତି।

ରେଭେନ୍‌ସା, ଉତ୍କଳ ଓ ଫକରୀମୋହନ ବିଶ୍ବବିଦ୍ୟାଳୟ ନିମନ୍ତେ କୁଳପତି ନିଯୁକ୍ତ

 

VC appointment1

ଭୁବନେଶ୍ବର: ରେଭେନ୍‌ସା ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ନିମନ୍ତେ ନୂତନ କୁଳପତି ନିଯୁକ୍ତି ହୋଇଛନ୍ତି। ଆଜି ଏନେଇ ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ରେଭେନ୍‌ସା ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର, ଫକୀର ମୋହନ ବିଶ୍ବବିଦ୍ୟାଳୟ ନିମନ୍ତେ ସନ୍ତୋଷ କୁମାର ତ୍ରିପାଠୀ। 

 

ଭଦ୍ରକ ପୁରୁଣା ବଜାର ରେ ବେଆଇନ କଲତକଳ ଉପରେ ଚଢ଼ାଉ…

 

karata kala

ଭଦ୍ରକ: ଦ୍ରକର ପୁରୁଣା ବଜାର ଅନ୍ତର୍ଗତ କାଜିମହଲା ସାହିରେ ଏକ ବେଆଇନ କରତକଳ ଉପରେ ଚଢ଼ାଉ କାରାଜିଛି। ବନ ବିଭାଗର ଏକ ଟିମ ଆଜି ଏହି ଚଢାଉ କରିଥିଲା। ଚଢାଉ ବେକେ ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର କାଠ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରାଯିବା ସହ ବାନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। 

 

ବାଲିଶଙ୍କରାରେ କୁଆପଥର ବର୍ଷାରେ ବ୍ୟାପକ କ୍ଷତି 

 

Balishankara Hail strom

ବାଲିଶଙ୍କରା: ଆଜି ଅପରାହ୍ନ ୩ଟା ସମୟରେ ହଠାତ୍‌ ପାଗ ବଦଳିଯାଇଥିଲା। ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହୋଇଛି। କୁଆପଥର ମାଡ଼ରେ ବାଲିଶଙ୍କରା ବ୍ଲକର ବିଭିନ୍ନ ପଂଚାୟତରେ ଅନେକଙ୍କ ଫସଲ ଓ ଘର କ୍ଷତିଗ୍ରସ୍ତ ହୋଇଛି।  କୁଆପଥର ମାଡ଼ରେ ବ୍ୟାପକ ମାତ୍ରାରେ ପନିପରିବା ନଷ୍ଟ ହୋଇଛି। ଘରଛପର, ସୋଲାର ପାନେଲ୍ ଓ ଯାନବାହାନରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫସଲ ନଷ୍ଟରେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି। ପବନ ଯୋଗୁଁ କେତେକଙ୍କ ଘର ଛପର ଓ ଆଜବେଷ୍ଟସ ଉଡି ଯାଇଛି | କୁଆପଥର ମାଡ଼ରେ ଆଜବେଷ୍ଟସ ଫାଟି ଯାଇଛି। ପ୍ରଶାସନ ତୁରନ୍ତ ସର୍ବେକ୍ଷଣ କରି କ୍ଷତିପୂରଣର ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। 

 

ନିଯୁକ୍ତି ଦାବିରେ ଓପିଏସ୍‌ସି କାର୍ଯ୍ୟାଳୟ ଘେରିଲେ ଏମ୍‌ବିବିଏସ୍‌ ଡାକ୍ତର

 

 

OpSC cuttack
OPSC office cuttack: File Photo
  • ନିଯୁକ୍ତରେ ପାତରଅନ୍ତର ଓ ଅବହେଳା ନେଇ କଟକ ଓପିଏସ୍‌ଏସି କାର୍ଯ୍ୟାଳୟ ଘେରାଉ
  • ଓପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ଓ ଆବଶ୍ୟକ ଯାଞ୍ଚ ପରେ ମଧ୍ୟ ନିଯୁକ୍ତି ମିଳିନଥିବା ଅଭିଯୋଗ
  • ୮୨୨ ଜଣଙ୍କୁ ନିଯୁକ୍ତି ମିଳିଛି ଏବଂ ଅପେକ୍ଷାରେ ଅଛନ୍ତି ୧୦୧୮ଜଣ ଡାକ୍ତର
  • ପ୍ରତିବାଦରେ ଶତାଧିକ ଏମ୍‌ବିବିଏସ୍‌ ଡିଗ୍ରିଧାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

 

ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା…

 

STA meeting

  • ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ର ୩୦୧ତମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା 
  • ଓଡ଼ିଶାରେ ଚଳାଚଳ କରିବନି ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ (କମର୍ସିଆଲ୍‌) ଗାଡ଼ି
  • ୧୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ ସରକାର ଲଗାଇଲେ କଟକଣା
  • ପୁରୁଣା ଗାଡ଼ିକୁ ନୂଆ ପରମିଟ୍, ଠିକଣା ପରିବର୍ତ୍ତନ, ମାଲିକାନା ହସ୍ତାନ୍ତର, ପରିବହନ ଟିକସ ଆଦିକୁ ଅନୁମତି ମିଳିବ ନାହିଁ।
  • ନିର୍ଦ୍ଦେଶ କଠୋର ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାର ଆର୍‌ଟିଓଙ୍କୁ ନିର୍ଦ୍ଦେଶ

 

ଲିଙ୍ଗରାଜମନ୍ଦିରରେ ସେବାୟତ ବିବାଦ, ନୀତିକାନ୍ତି ବନ୍ଦ

 

Lingaraj temple
Lingaraj temple: courtesy
  • ପ୍ରଭୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ବିବାଦ 
  • ବ୍ରାହ୍ମଣ ନିୟୋଗ ଓ ବଡ଼ୁ ନିୟୋଗ ସେବାୟତଙ୍କ ମଧ୍ୟରେ ମାରପିଟ, ଏକାଧିକ ଆହତ ସୂଚନା
  • ପୂର୍ବାହ୍‌ଣ ୧୦ଟାରୁ ବନ୍ଦ ରହିଛି ମନ୍ଦିର ନୀତିକାନ୍ତି
  • ସାହାଣ ମେଲା ପରଠାରୁ ଓପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ

 

ପାଟଣାଗଡରେ କୁଆପଥର ବର୍ଷା

 

hail strom

ପାଟଣାଗଡ଼:  ପାଟଣାଗଡ଼ ସହର ଓ ଆଖପାଖ ଅଞ୍ଚଳରେ  ଆଜି ଅପରାହ୍ବ‌ଣରେ କୁଆପଥର ସହ  ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଘନଘନ ବଜ୍ରପାତରେ ଲୋକେ ଆତଙ୍କିତ ହୋଇଥିଲେ। ପାଢ଼େଲ୍‌ ଗ୍ରାମରେ ସର୍ବାଧିକ କୁଆପଥର ବର୍ଷା ହୋଇଥିବା ବେଳେ ପବନବର୍ଷାରେ ଗଛପଡ଼ି ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତାହତର ସୂଚନା ମିଳିନାହିଁ। 

 

ସଂଯୁକ୍ତା ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା  ଶିଶୁ  କଲ୍ୟାଣ କମିଟିର ଅଧ୍ୟକ୍ଷା

 

ବ୍ରଜରାଜନଗର: ବ୍ରଜରାଜନଗରର ବିଶିଷ୍ଟ ସମାଜସେବୀ ସଂଯୁକ୍ତା ମହାପାତ୍ରଙ୍କୁ ଝାରସୁଗୁଡ଼ା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ଭୁବନେଶ୍ୱର ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Untitled

ସୁଶ୍ରୀ ସଂଯୁକ୍ତା ମହାପାତ୍ର ଜିଲ୍ଲା ଜେ ଜେ ବୋର୍ଡ ସଦସ୍ୟା ଅଛନ୍ତି। ସେ କୋଲକାତା ଇନଷ୍ଟିଚ୍ୟୁଟ୍ ଅଫ୍ ମାଇନର୍ସ ଆଣ୍ଡ ମେଟାଲ ୱାର୍କର୍ସ ଫେଡେରେସନ ଏବଂ ପୁରୀରେ ଗାନ୍ଧୀ ଲେବର ଫାଉଣ୍ଡେସନର ଫ୍ୟାକଲ୍ଟି ସଦସ୍ୟ, Hiv/ଏଡ୍ସର ମାଷ୍ଟର ଟ୍ରେନର ଭାବରେ କାର୍ଯ୍ୟ କରିଛନ୍ତି।

 

ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ ସନ୍ତୋଷ ଅମାତ 

ସୁନ୍ଦରଗଡ଼: ଆଜି ୨୩ଟି ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବିରେ ନିଯୁକ୍ତ ଦେଇଛନ୍ତି ସରକାର । ଏହି କ୍ରମରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ବିଜେପି ନେତା ସନ୍ତୋଷ ଅମାତ। ସନ୍ତୋଷ ଅମାତ ପରିଷଦର  ପ୍ରଥମ  ଅଧ୍ୟକ୍ଷ ରହିଥିଲେ ।

Untitled

ତାଙ୍କ ନିଯୁକ୍ତି ପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଏହା ସହ ଆଦିବାସୀ ସମାଜର ସାମାଜିକ, ସାଂସ୍କୃତିକ, ପରମ୍ପରାର ବିକାଶ ପାଇଁ କାମ କରିବେ ବୋଲି ସେ କହିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *