ମଦଦୋକାନ ହଟାଇବାକୁ ବିଧାୟକଙ୍କୁ ଭେଟିଲେ ଗାଁର ଶତାଧିକ ମହିଳା
ମଦଦୋକାନ ହଟାଇବାକୁ ବିଧାୟକଙ୍କୁ ଭେଟିଲେ ଗାଁର ଶତାଧିକ ମହିଳା
ପାଟଣା -୦୬-୦୭-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ଗ୍ରାମ ପଂଚାୟତର ସାଧୁପଡା ଗ୍ରାମରେ ମଦଦୋକାନକୁ ଅନ୍ୟତ୍ର ଉଠାଇବାକୁ ଏକାଧିକ ଗ୍ରାମର ମହିଳା ପ୍ରଶାସନକୁ ଲିଖିତ ଜଣାଇବା ପରେ ତା ୦୫-୦୭-୨୦୨୬ ଦିନ ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକଙ୍କୁ ଲିଖିତ କାଗଜ ଦେଈ ସାକ୍ଷାତ କରିଛନ୍ତି | ଏବଂ ବିଧାୟକ ମହୋଦୟ ଗାଁରୁ ମଦ ଦୋକାନ ଉଠାଇବା ପ୍ରତିଶୃତି ପାଇଲା ପରେ ଗ୍ରାମର ୱର୍ଡ ମେମ୍ବର ଲୀଳାବତୀ ମହାନ୍ତ ପୁନର୍ବାର ଜିଲ୍ଲା ପାଳଙ୍କୁ ଭେଟିବାକୁ ମଧ୍ୟ୍ୟ ସୂଚନା ଦେଇଛନ୍ତି | ଏଥିରେ ଗ୍ରାମର ବହୁ ମହିଳାମାନେ ସାମିଲ ହୋଇଥିଲେ | ଡାଳିମ୍ବ ମହାନ୍ତ,ଉଷାରାଣି ମହାନ୍ତ, ମଉନା ବତୀ ମହାନ୍ତ , ରିମା ନାଏକ, ସୁକାନ୍ତି ନାଏକ, ଜୟନ୍ତୀ ନାଏକ, ଶୁଚିସ୍ମିତା ନାଏକ, ମତି ମାଳ ବରଡ଼ିଆ, ପଦ୍ମାବତୀ ବରଡ଼ିଆ ଅନେକ ମହିଳା ପ୍ରକାଶ କରିଛନ୍ତି ଯେ, ଯଦି ଉକ୍ତ ଗ୍ରାମରୁ ମଦଦୋକାନ ନ ହଟିବ ତା ହେଲେ ଆଇନ ଅମାନ୍ୟ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି |


