ପାଟଣା ,ରାଜନଗର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପାଟଣା ,ରାଜନଗର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ସୁରକ୍ଷା ଓ ସୁପରିଚାଳନା ଉପରେ ଗୁରୁତ୍ୱ…
ପାଟଣା: ୦୯-୦୭-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ରାଜନଗରସ୍ଥିତ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ରଥଯାତ୍ରା, ବାହୁଡ଼ାଯାତ୍ରା ଓ ନୀଳାଦ୍ରି ବିଜେକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ମଙ୍ଗଳବାର ରାଜନଗର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ତହସିଲଦାର ଅଶ୍ୱନୀ କୁମାର ନାଏକ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ,, ପାଟଣା ରେଞ୍ଜର ବନ ବିହାରୀ ସର୍ଦାର , ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ରମ,, ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ନାୟକ,, ଲିଙ୍ଗରାଜ ମିଶ୍ର,, କୋଠ ତହସିଲଦାର ଶିବ ଶଙ୍କର ମହାନ୍ତ,,ସମେତ ବିଭିନ୍ନ ବିଭାଗର ଅଧିକାରୀ, ପୂଜକ, ସେବାୟତ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ବୈଠକରେ ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ଆଇନ-ଶୃଙ୍ଖଳା ବ୍ୟବସ୍ଥା, ବଡ଼ଦାଣ୍ଡ ସଫେଇ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସ୍ଥାପନ, ସ୍ୱେଚ୍ଛାସେବକ ନିୟୋଜନ ଓ ମଦ ଓ ଅନ୍ୟ ନିଶାଦ୍ରବ୍ୟ ଉପରେ କଡ଼ା ନଜର ରଖିବା ଭଳି ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପସ୍ଥିତ ଅତିଥିମାନେ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉତ୍ସବ ସମୟରେ ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

