“ପାଟଣା ମିଡିଆ ହାଉସ”ର ତୃତୀୟ ବୈଠକ ଅନୁଷ୍ଠିତ

“ପାଟଣା ମିଡିଆ ହାଉସ”ର ତୃତୀୟ ବୈଠକ ଅନୁଷ୍ଠିତ

ପାଟଣା,୦୫-୦୭-୨୦୨୬ (ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡା ବ୍ଲକର ପ୍ରିଣ୍ଟ, ସାଟେଲାଇଟ ଓ ଡିଜିଟାଲ ମିଡିଆରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ “ପାଟଣା ମିଡିଆ ହାଉସ’ର ତୃତୀୟ ବୈଠକ ଡିଆନାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଆଇନଜୀବୀ ତଥା ସାମ୍ବାଦିକ ରାହାସ ବିହାରୀ ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକକୁ ସଂଗଠନର ସମ୍ପାଦକ ତଥା ସମବାୟବିତ୍ ଦୀନବନ୍ଧୁ ମିଶ୍ର ପରିଚାଳନା କରିଥିଲେ। ବୈଠକରେ ବୀର କିଶୋର ଦାଶ, ଯତୀନ୍ଦ୍ର କୁମାର ଦାଶ, ଅଞ୍ଜନ କୁମାର ରଣା, ସୁଜିତ କୁମାର ଦାଶ, ଉମାକାନ୍ତ ମହାନ୍ତ, ଦୀପକ କୁମାର ଭଞ୍ଜ ଓ କୈଳାସ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପାଟଣା ବ୍ଲକ ମୁଖ୍ୟାଳୟରେ “ପାଟଣା ମିଡିଆ ହାଉସ” ର କାର୍ଯ୍ୟାଳୟ ଉଦ୍‌ଘାଟନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ଗୁରୁତ୍ୱର ସହ ପ୍ରକାଶ କରିବା, ସାମ୍ବାଦିକତାରେ ସଚ୍ଚୋଟତା, ନିରପେକ୍ଷତା ଓ ନୈତିକତା ବଜାୟ ରଖି ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ନୂତନ ଭାବେ “ପାଟଣା ମିଡିଆ ହାଉସ”ରେ ଯୋଗଦେଇଥିବା ଶୁଶିଲ ଚନ୍ଦ୍ର ମହାନ୍ତଙ୍କୁ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଜଣାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଗଠନର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବାରେ ତାଙ୍କ ସହଯୋଗ କାମନା କରିଥିଲେ। ଶେଷରେ ସଂଗଠନର ସାଂଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ଓ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ସହ ଆଗାମୀ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *