ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ମୁଖ୍ୟ ସଂଚାଳକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ମୁଖ୍ୟ ସଂଚାଳକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
କଟକ ୦୧-୦୭-୨୦୨୬(ବି .ଏନ .ଓ ) : (ମଳୟ ପରିଜା ) ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟର ମୁଖ୍ୟ ସଂଚାଳକ ଶ୍ରୀ ଦିଲ୍ଲୀପ କୁମାର ସିହ୍ନା ଆଜି ଦୀର୍ଘ ୩୭ ବର୍ଷ ସଫଳ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପଢିଆରୀ ପାଠାଗାର ଓ ସୂଚନା କେନ୍ଦ୍ର ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଉପ ନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ,ଶ୍ରୀ ଆଶୁତୋଷ ପାଇକରାୟ,ପ୍ରାକ୍ତନ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ,ଶ୍ରୀ ଭବାନୀ ଶଙ୍କର ଭୂୟାଁ,ଶ୍ରୀ ଅଶୋକ କୁମାର ଷଡ଼ଙ୍ଗୀ ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଯୋଗଦେଇ ତାଙ୍କ କାର୍ଯ୍ୟ ଦକ୍ଷତା ସମ୍ଵନ୍ଧରେ ଆଲୋକପାତ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ୱାଗତିକା ବେହେରାଙ୍କ , ସୋନାଲି କୁଣ୍ଡ, ଅଭିରାମ ଦାସ,ତାପସ କୁମାର ଓଝା,ଶୈଳେନ୍ଦ୍ର ପଣ୍ଡା,ଶୁଭ୍ରାଂଶୁ ମିଶ୍ର,ବନଲତା ବେହେରା ଓ ତନ୍ମୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ତାଙ୍କ ଅପୂର୍ବ ସେବା,କର୍ମନିଷ୍ଠା ପୂର୍ବକ ଦୀର୍ଘଦିନର ଚାକିରୀ କାଳୀନ ସମୟର ସ୍ମୃତିଚାରଣ କରିଥିଲେ । ୧୯୮୯ ମସିହାରୁ ରାଉରକେଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟଳୟର ସହକାରୀ ସଂଚାଳକ ଭାବେ ଯୋଗଦାନ କରିଥିଲେ । ଏହାପରେ ସେ ୧୯୯୫ ମସିହା ରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ ଯୋଗଦାନ କରିଥିଲେ । ୩ମଇ୨୦୧୭ ମସିହାଠାରୁ ଆଜି ପର୍ଯ୍ୟନ୍ତ କଟକରେ ତାଙ୍କର ଅବଧି ଅତ୍ୟନ୍ତ ସ୍ମରଣୀୟ ରହିଛି, ଯେଉଁଠାରେ ତାଙ୍କର ବହୁବର୍ଗର ବ୍ୟକ୍ତିଙ୍କ ସହ ସୁସମ୍ପର୍କ ମଧ୍ୟ ସ୍ଥାପନ ହୋଇପାରିଛି। ତାଙ୍କ ଅବସରକାଳୀନ ଜୀବନ ଆହୁରି ସୁଖମୟ ଓ କର୍ମଚଂଚଳ ହେଉ ଏବଂ ତାଙ୍କର ଦୃଢ ମୂଲ୍ୟବୋଧ ଆଗାମୀ ପିଢୀକୁ ଅନୁପ୍ରେରିତ କରିବ ବୋଲି ଅଧିକାରୀ ଓ କର୍ମଚାରୀମାନେ ମତ ଦେଇଛନ୍ତି ।

