ପଣ୍ଡାପଡା ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ
ପଣ୍ଡାପଡା ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ
ଘଟଗାଁ ୦୧-୦୭-୨୦୨୬(ବି .ଏନ .ଓ ) : (ବିଷ୍ଣୁ ନନ୍ଦ ବେହେରା ) ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ନିଶାମୁକ୍ତ ଅଭିଯାନ lଏହି ଅବସରରେ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଓଡିଶା ରାଜ୍ୟରେ ନିଶାମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଆଜି ନିଶାମୁକ୍ତ ଅଭିଯାନର ଶୁଭାରମ୍ଭ କରାଯାଇଛି।ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ରାଜ୍ୟସ୍ତରୀୟ ହୋଇ ଥିବା ବେଳେ ପଣ୍ଡାପଡା ଥାନା ମଧ୍ୟ ଏଥି ସହିତ ଯୋଡ଼ି ହୋଇଥିଲା।ନିଶା ସେବନ ଯୋଗୁଁ ଯୁବପିଢ଼ି ବିପଥଗାମୀ ହେଉଥିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏହାର କୁପ୍ରଭାବ ପଡ଼ୁଥିବାରୁ ସମାଜର ସମସ୍ତ ବର୍ଗଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା।ପଣ୍ଡାପଡା ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୁଦ୍ଧିଯିବି,ସମାଜସେବୀ,ସାମ୍ବାଦିକ,ପୂର୍ବତନ ସେନା ଅଧିକାରୀମାନେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ମତ ରଖିଥିଲେ।ପଣ୍ଡାପଡା ଥାନା ଅଧିକାରୀ ରବି ଶଙ୍କର ଭଇସାଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଶା ବିରୋଧରେ ଜନସଚେତନତା ସୃଷ୍ଟି କରିବାକୁ ସଂକଳ୍ପବଦ୍ଧ କରିଥିଲେ। ରାଜ୍ୟବ୍ୟାପୀ ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ କରିବା ଲକ୍ଷ୍ୟ ରଖାଯାଇଛି।

