ଦେବସ୍ନାନ ପୁର୍ଣିମାରେ ମହାନଦୀରେ ମହାଆଳତି
ଦେବସ୍ନାନ ପୁର୍ଣିମାରେ ମହାନଦୀରେ ମହାଆଳତି…
କଟକ, ୦୨-୦୭-୨୦୨୬(ବି .ଏନ .ଓ ) : (ବିଜୟ କୁମାର ପଣ୍ଡା ) ମହାନଦୀ ପୃ ପୂଜନ ସମିତି ପକ୍ଷରୁ ୪୮ତମ ମହାନଦୀ ମହାଆଳତି ଗଡ଼ଗଡ଼ିଆ ଘାଟରେ ସଂପନ୍ନ ହୋଇଛି। ସମିତି ସଭାପତି କ୍ଷୀରୋଦ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ରୁଦ୍ର ମହାପାତ୍ର, ଜଗଜ୍ଜୀବନ ମହାନ୍ତି, ଅଶୋକ ନାୟକ, ଲିଟୁ ମହାରଣା, ସୁରେଶ ମହାନ୍ତି, ମନୋଜ କୁମାର ଦାସ ଯୋଗଦେଇଥିଲେ।
ପୂଜକ ବାବୁଲି ନନା ୧୦୮ ଆଳତି ସଂପନ୍ନ କରିଥିଲେ । ସମିତିର କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ସାହୁ, ପ୍ରିୟବ୍ରତ ପଟ୍ଟନାୟକ, ରବୀନ୍ଦ୍ର କୁମାର ସାହୁ, ଅଜୟ କୁମାର ସାମଲ, ରଞ୍ଜନ କୁମାର ସାହୁ, ବିଗ୍ନେଶ ଧଳ, ଅର୍ଜୁନ ବାରିକ, ଉପେନ୍ଦ୍ର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆସନ୍ତା ସଂକ୍ରାନ୍ତିରେ ମହାନଦୀର ଧବଳେଶ୍ଵ ଘାଟରେ ଆଳତି କରାଯିବାକୁ ସମିତି ପକ୍ଷରୁ ଚୂଡ଼ାନ୍ତ ହୋଇଛି।


