ଡିସିବି ବ୍ୟାଙ୍କ ପକ୍ଷରୁ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ପାଇଁ ନୂଆ ଅନଲାଇନ୍ ପ୍ଲାଟଫର୍ମ ‘ଡିସିବି ଇଜିବି’

ଡିସିବି ବ୍ୟାଙ୍କ ପକ୍ଷରୁ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ପାଇଁ ନୂଆ ଅନଲାଇନ୍ ପ୍ଲାଟଫର୍ମ ‘ଡିସିବି ଇଜିବି’

ଭୁବନେଶ୍ୱର: ପ୍ରଯୁକ୍ତିର ବ୍ୟବହାର ପରେ ବିଭିନ୍ନ ସଂପତି ବର୍ଗରେ ନିବେଶ କରିବା ବେଶ ସହଜ ହୋଇପାରିଛି । କିନ୍ତୁ, ଆଜିର ଦ୍ରୁତ ଗତିଶୀଳ ଦୁନିଆରେ ନିଜ ଫାଇନାନ୍ସ ଉପରେ ନଜର ରଖିବା ଏତେ ସହଜ ହେଉନାହିଁ । ଡିସିବି ବ୍ୟାଙ୍କର ନୂଆ ଅନଲାଇନ୍ ମ୍ୟୁଚ୍ୟୁଆଲ୍ ଫଣ୍ଡ୍ ପ୍ଲାଟଫର୍ମ ଡିସିବି ଇଜିବି ନିବେଶକମାନଙ୍କୁ ଯେକୌଣସି ସମୟରେ, ଯେକୌଣସିଠାରେ ନିଜ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ନିରୀକ୍ଷଣ କରିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେଉଛି । ଏହା ନିବେଶକମାନଙ୍କୁ ଶାଖା ପରିଦର୍ଶନ ବିନା ବିବିଧ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ନିବେଶ କରିବା, ସ୍ୱୟଂକ୍ରିୟ ପେମେଂଟ୍ ସୁବିଧା ଏବଂ ନିବେଶ, ରିଡିମ୍ ଓ ତତ୍କାଳ ସ୍ୱିଚ୍ କରିବାର ସୁବିଧା ପ୍ରଦାନ କରୁଛି । ଡିସିବି ଇଜିବି ହେଉଛି ଏକ କାଗଜବିହୀନ ଓ ବ୍ୟବହାରକାରୀଙ୍କ ମିତବ୍ୟୟୀ ପ୍ଲାଟଫର୍ମ ଯାହାକୁ ଡେସ୍କଟପ୍ ଓ ମୋବାଇଲ୍ ଡିଭାଇସ୍ ଦ୍ୱାରା ହାସଲ କରାଯାଇପାରୁଛି । ଏହାର ଅର୍ଥ ହେଉଛି ବିଶ୍ୱର ଯେକୌଣସି ସ୍ଥାନରେ ରହି ଏଥିରେ ନିବେଶ କରାଯାଇପାରିବ । ଏହି ଅନଲାଇନ୍ ପ୍ଲାଟଫର୍ମରେ ବହୁ ଆକର୍ଷଣୀୟ ସୁବିଧା ସୁଯୋଗ ରହିଛି । ସେଥିରେ ସାମିଲ ରହିଛି କୌଣସି ପଞ୍ଜୀକରଣ ଫି’ ଓ କାରବାର ଚାର୍ଜ ନାହିଁ, ପରିଚିତ ଏଏମ୍‌ସିରେ ନିବେଶ କରିବା ଲାଗି ସହଜରେ ମ୍ୟୁଚୁଆଲ ଫଣ୍ଡ୍ ଚୟନ
ବିକଳ୍ପ, ସବୁ ଫଣ୍ଡ୍‌ର ରିସ୍କ ରେଟିଂ ଓ ଫ୍ୟାକ୍ଟ ସିଟ୍ ହାସଲ କରିବା, କେୱାଇସିକୁ ଅନଲାଇନ୍‌ରେ ଅପ୍‌ଲୋଡ୍ କରିବା ଏବଂ ଏନଏସଡିଏଲ୍‌ରୁ କନସୋଲିଡେଟେଡ୍ ଆକାଊଂଟ୍ ଷ୍ଟେଟମେଂଟ୍ ଡାଉନ୍‌ଲୋଡ୍ କରିବା ଇତ୍ୟାଦି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *