ଅକ୍ଷୟ ତୃତୀୟା ଉପଲକ୍ଷେ ଫୋନପେ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,1st May,(Bnews):  ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ କମ୍ପାନୀ ଫୋନପେ ପକ୍ଷରୁ ଅକ୍ଷୟତୃତୀୟା ଅବସରରେ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି । ଗ୍ରାହକମାନେ ଏହି ଆପ ମାଧ୍ୟମରେ ୨୪କ୍ୟାରେଟର ଶୁଦ୍ଧ ସୁନା କିଣିପାରିବେ ଏବଂ ଏକ ବିସ୍ତୃତ ରେଞ୍ଜର ଡିଜାଇନରୁ ସୁନାର କଏନ କିମ୍ବା ବାରର ଚୟନ କରିପାରିବେ । ସେମାନେ ଏହି ସମୟ ମଧ୍ୟରେ ସୁନା କ୍ରୟ ଉପରେ ଟ.୨୫୦୦ ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ ଏବଂ ରୂପାର କଏନ କିମ୍ବା ବାର କ୍ରୟ ଉପରେ ଟ.୨୫୦ର କ୍ୟାସବ୍ୟାକ ପାଇପାରିବେ । ଏହି ସୀମିତ ଅଫର ୩ ମେ, ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଫୋନପେ ଏକମାତ୍ର ପେମେଂଟ ଆପ ଯାହା ଡିଜିଟାଲ ଗୋଲ୍ଡ ସ୍ପେସରେ ଅଗ୍ରଣୀ ଏମଏମଟିସି ପାମ୍ପ ଏବଂ ସେଫ ଗୋଲ୍ଡର ଶୁଦ୍ଧ ସୁନା ପ୍ରଦାନ କରିଥାଏ । ଫୋନପେ ମଧ୍ୟ ସେଫଗୋଲ୍ଡ ସହିତ ସହବନ୍ଧିତ ହୋଇ ଅତ୍ୟନ୍ତ ଶୁଦ୍ଧ ସିଲଭର କଏନ ଏବଂ ବାର ପ୍ରଦାନ କରିଥାଏ ା ଫୋନପେ ମାଧ୍ୟମରେ ଆପଣ ୯୯.୯୯ପ୍ରତିଶତ ଶୁଦ୍ଧ ସୁନା ପାଇବା ସହିତ ବର୍ଷର ପ୍ରତ୍ୟେକ ଦିନ ଏହାର କ୍ରୟ କରିପାରିବେ । ସାର୍ଟିଫିକେଟ ପ୍ରାପ୍ତ ୨୪କ୍ୟାରେଟ ଶୁଦ୍ଧ ସୁନାକୁ ଜିରୋ ମେକିଙ୍ଗ ଚାର୍ଜରେ କିଣି ବ୍ୟାଙ୍କ-ଗ୍ରେଡ ଗୋଲ୍ଡ ଲକରରେ ବିନା କୌଣସି ମୂଲ୍ୟରେ ମଧ୍ୟ ରଖିପାରିବେ । ଫୋନପେ ମାଧ୍ୟମରେ ଗ୍ରାହକମାନେ ୧୯୦୦୦ରୁଅଧିକ ପିନକୋଡରେ ୨୪କ୍ୟାରେଟର ସୁନା ଏବଂ ରୂପା କ୍ରୟ କରିଛନ୍ତିି । ଆପଣ ଫୋନପେ ଆପର ହୋମପେଜରେ ୱେଲଥ ଟ୍ୟାବରେ କ୍ଲିକ କରନ୍ତୁ । ଏହା ପରେ ଗୋଲ୍ଡ ଇନଭେଷ୍ଟମେଂଟ ଆଇଡିଆ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ପସନ୍ଦ ଅନୁଯାୟୀ ‘ବାୟ ଗୋଲ୍ଡ’ ଉପରେ କ୍ଲିକ କରି ଗୋଲ୍ଡ ଲକରରେ ସେଭିଂ ଉପରେ କ୍ଲିକ କରନ୍ତୁ । ଆପଣଙ୍କ ସୁନା କଏନ ଆପଣଙ୍କ ପାଖରେ ଡେଲିଭର କରାଯିବ କିମ୍ବା ଆପଣ ସୁନାକୁ ଲକରରେ ସେଭ କରିବା ପାଇଁ ଚୟନ କରିଥିଲେ ଫୋନପେ ଆପରେ ଗୋଲ୍ଡ ବାଲାନ୍ସରେ ଅପଡେଟ ହେବ । ସଫଳ କ୍ରୟ ପରେ ଆପଣ ଆପଣଙ୍କ କ୍ୟାସବ୍ୟାକ ଫୋନପେ ୱାଲେଟରେ ପାଇପାରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *