ଓଡ଼ିଶା ଭିତିକ ଷ୍ଟାର୍ଟଅପ୍‌ ଭିକେୟାରୟୁ ପକ୍ଷରୁ ହାତପାଆନ୍ତାରେ ସ୍ୱାସ୍ଥୃୃ୍ୟ ସେବାର ଶୁଭାରମ୍ଭ

କଟକର ଏଏଚ୍‌ଆର୍‌ସିସିର ନିର୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଭିକେୟାରୟୁ ଆପ୍ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଙ୍କ ଦ୍ୱାରା ଉନ୍ମୋଚିତ|  ଭାରତର ଅନ୍ୟ ସହରକୁ ସେବା ସମ୍ପ୍ରସାରିତ କରିବ

ଭୁବନେଶ୍ୱର,30th April,(Bnews): ଭୁବନେଶ୍ୱରର ସ୍ୱାସ୍ଥ୍ୟ ଭିତିକ ଷ୍ଟାର୍ଟଅପ୍ ସଂସ୍ଥା ଭିକେୟାରୟୁ ନାଗରିକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇବା ଲାଗି ସହରରେ ଆଜି ଆନୁଷ୍ଠାନିକ ଭାବେ ଏହାର ପରିଚାଳନାର ଶୁଭାରମ୍ଭ କରାଯାଇଛି । ଏହାର ମୋବାଇଲ୍ ଆପ୍ ଜରିଆରେ ଡାକ୍ତର, ନର୍ସ, ପାରାମେଡିକ୍ ଷ୍ଟାଫ୍‌, ଫିଜିଓଥେରାପି, ଔଷଧ ଇତ୍ୟାଦି ପ୍ରଦାନ କରି ଘର ପାଖ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା ଲାଗି କଂପାନି ଲକ୍ଷ୍ୟ ରଖିଛି । ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଭିକେୟାରୟୁ ଆପ୍‌କୁ ଉନ୍ମୋଚନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏଏଚ୍‌ଆର୍‌ସିସିର ନିର୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡ଼ଙ୍ଗୀ, ବିଶିଷ୍ଟ ଅଭିନେତ୍ରୀ ଅନୁ ଚୌଧୁରୀ ଓ ଭିକେୟାରୟୁର ସହ ପ୍ରତିଷ୍ଠାତା ଓ ନିର୍ଦେଶକ ବିନୋଦ ଅଗ୍ରୱାଲ୍‌, ନିର୍ଦେଶିକା ରାଧା ଅଗ୍ରୱାଲ୍ ସମ୍ମାନିତ ଅତିଥି ଭାବେ ଓ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭିକେୟାରୟୁ ଆପ୍‌କୁ ଉନ୍ମୋଚନ କରି ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ଯେ, “ଏହା ଏକ ସ୍ୱତନ୍ତ୍ର ସେବା । ଏହି ସେବା ଲୋକମାନଙ୍କ ପାଇଁ ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ଲାଗି ବିଶେଷ ଲାଭଦାୟକ ହେବ କାରଣ ସେମାନେ ଘରେ ସେବା ପାଇପାରିବେ । ମୁଁ ଏହି ଅଭିଯାନର ସଫଳତା କାମନା କରୁଛି ଏବଂ ଆଶା କରୁଛି ଯେ ଏହା ଅନ୍ୟାନ୍ୟ ସହରଗୁଡ଼ିକରେ
ପହଂଚିବ ।’’ ଏହି ଅବସରରେ ଭିକେୟାରୟୁର ସହ ପ୍ରତିଷ୍ଠାତା ଓ ନିର୍ଦେଶକ ଶ୍ରୀଯୁକ୍ତ ବିନୋଦ ଅଗ୍ରୱାଲ କହିଛନ୍ତି ଯେ, “ଭିକେୟାରୟୁରେ ଆମେ ଓଡ଼ିଶାରଲୋକମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଆଣିବାକୁ ପ୍ରତିବଦ୍ଧ ରହିଛୁ । ଏହି ପ୍ଲାଟଫର୍ମ ଜରିଆରେ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟ ସୁଲଭ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସେମାନଙ୍କ ଘର ପାଖରେ ପାଇପାରିବେ । ସ୍ୱାସ୍ଥ୍ୟ କ୍ଷେତ୍ରର ପେସାଦାରମାନେ ନୂଆ ନିଯୁକ୍ତି ପାଇବେ ଓ ସେମାନଙ୍କ ସମୟ ଓ ଦକ୍ଷତାକୁ ଉପଯୋଗ କରିପାରିବେ ଏବଂ ସହଯୋଗୀମାନେ ଉତମ ସୁଯୋଗ ପାଇବେ ଓ ନିଜ ବ୍ୟବସାୟକୁ ଦୃଢ଼ କରିପାରିବେ ।’’ ଭିକେୟାରୟୁ ମୋବାଇଲ୍ ଆପ୍ ଜରିଆରେ ରୋଗୀମାନେ ବାସ୍ତବ ସମୟ ଭିତିରେ ବିଭିନ୍ନ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇବେ । ଓଡ଼ିଶା ଭିତିକ ଭିକେୟାରୟୁ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ପହଂଚାଇବ ଯେଉଁଥିରେ ସାମିଲ ରହିଛି ଘରେ ଡାକ୍ତର, ନର୍ସ, ଫିଜିଓଥେରାପିଷ୍ଟ ଓ ଲାବ୍‌
ଟେକ୍ନିସିଆନ୍‌ଙ୍କ ସହ ଲ୍ୟାବ୍ ପରୀକ୍ଷା, ନମୁନା ସଂଗ୍ରହ, ଘରେ ଔଷଧର ଡେଲିଭରି ଇତ୍ୟାଦି । ଲୋକମାନଙ୍କ ହାତପାଆନ୍ତାରେ ସବୁ ପ୍ରକାର ସେବା ପ୍ରଦାନ କରିବା ଲାଗି କଂପାନି ପ୍ରଯୁକ୍ତିରଶକ୍ତିକୁ ବ୍ୟବହାର କରୁଛି । ଭିକେୟାରୟୁରେ ପ୍ରାୟ ୧୦୦ ଡାକ୍ତର, ୨୦୦ ନର୍ସ, ୧୫୦ ଫିଜିଓଥେରାପି, ୧୫୦ ଫାର୍ମାସିଷ୍ଟଙ୍କଟିମ୍ ଓ ଏନଏବିଏଲ ୍‌ସ୍ୱୀକୃତିପ୍ରାପ୍ତ ଲ୍ୟାବ୍‌୍‌ ଭୁବନେଶ୍ୱରରେସେବା ପ୍ରଦାନ କରୁଛନ୍ତି । କଂପାନି ଏହାର ସେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଅନ୍ୟାନ୍ୟ ସହର ଯଥା କଟକ, ସମ୍ବଲପୁର, ରାଉରକେଲା,
ବରଗଡ଼ ଓ ବାଲେଶ୍ୱର ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ଯୋଜନା ରଖିଛି । ପର୍ଯ୍ୟାୟକ୍ରମେ ୨୦୨୫ ସୁଦ୍ଧା ସର୍ବଭାରତୀୟ ସ୍ତରରେ କଂପାନି ପହଂଚିବାର ଯୋଜନା ପ୍ରସ୍ତୁତ କରିଛି । କ୍ୟାନସର, ନ୍ୟୁରୋଲୋଜିକାଲ୍‌, ପୋଷ୍ଟ ଆଇସିୟୁ, ପାଲିଆଟିଭ କେୟାର, ଅର୍ଥୋପେଡିକ, ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗ, ଡାଇବେଟିସ୍ ଓ ସର୍ଜରି ପରବର୍ତୀ ସେବା ପାଇଁ ରୋଗୀମାନଙ୍କ ଅନାବଶ୍ୟକ ଡାକ୍ତରଖାନାପରିଦର୍ଶନକୁ କଂପାନି ନିଶ୍ଚିତ କରୁଛି । ଏହା ରୋଗୀଙ୍କ ଦେଖାଶୁଣା କରୁଥିବା ଲୋକମାନଙ୍କୁ ଚିନ୍ତାମୁକ୍ତ ଭାବେ କାମକୁ ଯିବାର ଭାବନ ପ୍ରଦାନକରୁଛି ଓ ସମାନ ଭାବେ ସେମାନେ ନିଜ ପ୍ରିୟଜନଙ୍କ ଦେଖାଣୁଣା କରିପାରୁଛନ୍ତି । ରୋଗୀମାନେ ଏହା ନିଶ୍ଚିତ ହୋଇଯାଆନ୍ତୁ ଯେ କେବଳ ପୂର୍ବ ନିର୍ଘଂଟ ତାରିଖ ଓ ସମୟରେ ଯୋଗ୍ୟ ମେଡିକାଲ ୍‌ପେସାଦାର ଆପଣଙ୍କ ଘର ପରିଦର୍ଶନ
କରିବେ ।ଏହା ରୋଗୀ ଓ ତାଙ୍କ ଯତ୍ନ ନେଉଥିବା ଲୋକଙ୍କ ସମୟ ସଂଚୟ କରିବଏବଂ ପରିବହନ ଓ ପରାମର୍ଶ ହେଉଥିବା ଖର୍ଚ ମଧ୍ୟ ବଂଚାଇବ । ଏହି ଅବସରରେ “ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ-ଟେଲିମେଡିସିନ୍‌ଠୁ ବାହାରେ’ ଶୀର୍ଷକ ଉପରେ ଏକ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲାଯେଉଁଥିରେ ବିଶିଷ୍ଟ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ ଓ ନିଜମତ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *