କାରିଗରମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିବ ବଜାର, ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ” ଷ୍ଟୋର

 

– କୃଷି ଓ ଖାଦ୍ୟ ଉତ୍ପାଦ, ହସ୍ତତନ୍ତ, ବସ୍ତ୍ର, କପଡ଼ା, ହସ୍ତଶିଳ୍ପ ଓ ହାତତିଆରି ପ୍ରାକୃତିକ ଉତ୍ପାଦ ସହିତ ବହୁ ଉତ୍ପାଦକୁ ପ୍ରଦର୍ଶିତ କରାଯିବ

– ହାତ ତିଆରି ଉତ୍ପାଦର କାରିଗର ଓ ବିକ୍ରେତାମାନଙ୍କ ପାଇଁ ବିଶ୍ୱ ମଂଚର ପରିକଳ୍ପନା

– ସ୍ଥାନୀୟ କାରିଗରମାନଙ୍କ ପାଇଁ ଏକ ମଜଭୁତ, ସଶକ୍ତ ଓ ଦୃଢ଼ ବ୍ୟବସ୍ଥା ବିକଶିତ କରିବା ଲାଗି ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହିତ ସହଯୋଗିତା ସ୍ଥାପନ କରାଯିବ

– ବେଙ୍ଗଲ ଗ୍ଲୋବାଲ୍ ବିଜନେସ୍ ମିଟ୍‌ରେ ଆଜି ପଶ୍ଚିମବଙ୍ଗ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ବୟନ ବିଭାଗ ସହିତ ଏମ୍‌ଓୟୁ ସ୍ୱାକ୍ଷରିତ

– ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ସହ ମଧ୍ୟ ବୁଝାମଣା

ଭୁବନେଶ୍ୱର, ,21st April,(Bnews) : ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ” ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ । ଏହା ଦ୍ୱାରା ହଜାର ହଜାର କାରିଗରଙ୍କୁ ସ୍ଥାୟୀ ଜୀବିକା ମିଳିବା ସହିତ ଏହା ଭାରତୀୟ କଳାକୁ ସାରା ଦୁନିଆର ବଜାର ମଧ୍ୟ ଉପଲବ୍ଧ ହେବ। ସ୍ୱଦେଶ ଷ୍ଟୋର୍‌ରେ ଭାରତୀୟ କାରିଗରମାନେ ତିଆରି କରିଥିବା ସାମଗ୍ରୀଗୁଡ଼ିକୁ “ସ୍ୱଦେଶ ବ୍ରାଣ୍ଡ୍‌’ ଅନୁସାରେ ବଜାରରେ ଉପସ୍ଥାପନ କରାଯିବ । ପ୍ରଥମ ସ୍ୱଦେଶ ଷ୍ଟୋର୍ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଖୋଲିବା ଆଶା କରାଯାଉଛି । ସେଥିରେ କାରିଗରମାନଙ୍କଠାରୁ ସିଧାସଳଖ ମିଳିଥିବା ସାମଗ୍ରୀ ଯଥା ହାତ ତିଆରି ବସ୍ତ୍ର, ହସ୍ତଶିଳ୍ପ, କୃଷି ଉତ୍ପାଦର ବିସ୍ତୃତ ବର୍ଗମାଳା ରହିବ । ସ୍ୱଦେଶ ଭାରତୀୟ କାରିଗର ଓ ଅସଲି ହାତ ତିଆରି ଉତ୍ପାଦ ପାଇଁ ବିକ୍ରେତାମାନଙ୍କୁ ସାରା ଦୁନିଆର ଗ୍ରାହକମାନଙ୍କ ସହିତ ଯୋଡ଼ିବା ଲାଗି ଏକ ବିଶ୍ୱ ବଜାର ମଧ୍ୟ ଗଠନ କରିବ। ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ର ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଭାରତୀୟ କଳା ଓ ଶିଳ୍ପର ଭବିଷ୍ୟତ ଏକ ରୋମାଂଚକ ସ୍ଥିତିରେ ରହିଛି । ବିଲୁପ୍ତ କଳାକୃତିର ପୁନରୁଦ୍ଧାର କରିବା ଏବଂ ସ୍ଥାନୀୟ କାରିଗର, ବୁଣାକାର ଓ ଶିଳ୍ପ କାରିଗରମାନଙ୍କ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଓ ଏକ ଦୃଢ଼ ଭିତିଭୂମି ଢ଼ାଂଚା ବିକଶିତ କରିବା ଦିଗରେ ଆମ ପ୍ରୟାସର ବେଶ ଉତ୍ସାହଜନକ ଫଳ ମିଳିଛି । ଆମର ନିଜସ୍ୱ ହସ୍ତଶିଳ୍ପ ଷ୍ଟୋର ଫର୍ମାଟ “ସ୍ୱଦେଶ’ ଏବେ ପ୍ରସ୍ତୁତ ହୋଇଯାଇଛି । ଏହା ବସ୍ତ୍ର ଓ ପୋଷାକ, ଗୃହରେ ବ୍ୟବହୃତ ବୟନ ସାମଗ୍ରୀ, ହୋମ୍ ଡେକର, ଆସବାବପତ୍ର, ଗହଣା ଓ ୱେଲନେସ ଉତ୍ପାଦ ସହିତ ବହୁତ କିଛି ପ୍ରଦର୍ଶିତ କରିବ । ଇଶା ଅମ୍ବାନି କହିଛନ୍ତି ଯେ ଦେଶର କାରିଗରମାନଙ୍କ ଲାଗି ଏହା ହେଉଛି ଏକ ମହତ୍ୱକାଂକ୍ଷୀ ଅବସର ଏବଂ ତାହାକୁ ସଫଳ କରିବା ଲାଗି ରିଲାଏନ୍ସ ରିଟେଲ୍ ପକ୍ଷରୁ ବିଭିନ୍ନ ସରକାରୀ ସଂଗଠନ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଯଦ୍ୱାରା ବିଭିନ୍ନ ସ୍ଥାନୀୟ କଳାକୃତିକୁ ଜାତୀୟ ଓ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବାରେ ସହାୟତା ମିଳିପାରିବ । ଏହା ସହିତ ରିଲାଏନ୍ସ ରିଟେଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହିତ ମିଶି ବିଭିନ୍ନ ସ୍ୱଦେଶୀ ଶିଳ୍ପକଳାର କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ଲାଗି ସହଯୋଗିତା ସ୍ଥାପନ କରାଯାଇଛନ୍ତି । କାରିଗର ଗୋଷ୍ଠୀଙ୍କ ଠାରୁ ସିଧାସଳଖ ଶତ ପ୍ରତିଶତ ଅସଲି ଶିଳ୍ପ ଉତ୍ପାଦ କିଣିବା ଲାଗି ସ୍ୱଦେଶ ପକ୍ଷରୁ ବିଭିନ୍ନ ସରକାରୀ ସଂସ୍ଥା ଓ ଉଦ୍ୟୋଗଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଏବଂ ବୟନ ମନ୍ତ୍ରଣାଳୟ ସହିତ ଏକ ବୁଝାମଣା ମଧ୍ୟ ସ୍ୱାକ୍ଷର କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ବୟନ ବିଭାଗ ସହିତ ମଧ୍ୟ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯାଇଛି । ଏହି ସହଯୋଗିତାର ଉଦ୍ଦେଶ୍ୟ ହେଉଛି ଏକ ସ୍ୱସ୍ଥ ଓ ଗତିଶୀଳ ବ୍ୟବସ୍ଥା ଗଠନ କରିବା । କୋଲକାତାରେ ଆୟୋଜିତ ବେଙ୍ଗଲ ବିଶ୍ୱ ବ୍ୟବସାୟ ସମ୍ମିଳନୀରେ ଏମ୍‌ଓୟୁରେ ଆଜି ସ୍ୱାକ୍ଷର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *