ପାଖରେ ପଇସା ନାହିଁ : ଛୁଆକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ବାପା ରାଜି

ଇସଲାମାବାଦ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଥାଏ । ବର୍ତ୍ତମାନ ପାକିସ୍ତାନର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି କି, ଜଣେ ପୋଲିସ୍ ବାଲା ନିଜ ପିଲାକୁ ମାତ୍ର ୫୦ ହଜାର ଟଙ୍କାରେ ବିକ୍ରି କରିବେ ବୋଲି କହୁଛନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, କାହିଁକି ନିଜ ଜନ୍ମକଲା ପିଲାକୁ ବିକ୍ରି କରିଦେବାକୁ ଇଚ୍ଛା କରୁଛି ଜଣେ ବାପା । ଭାଇରାଲ ହୋଇଥିବା ଭିଡିଓଟି ପାକିସ୍ତାନର ସିନ୍ଧ ଅଞ୍ଚଳର ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣକ ଘୋଟକି ଜିଲ୍ଲାର ଜଣେ ଥାନା ଅଧିକାରୀ । ସେ ଜେଲ ବିଭାଗରେ କାମ କରୁଛନ୍ତି ।

ବର୍ତ୍ତମାନ ତାଙ୍କର ଏଭଳି ପରିସ୍ଥିତି ଉପୁଜିଛି ଯେ ବିଚ୍ ରାସ୍ତାରେ ଛିଡା ହୋଇ ନିଜ ପିଲାଙ୍କୁ ବିକ୍ରି ନେଇ ନିଲାମ ଡାକିବାକୁ ପଡିଛି । ଏହି ମାମଲାଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ପୋଲିସକର୍ମୀଙ୍କ ନାଁ ହେଉଛି ନିଶାର ଲଶାରୀ । ତାଙ୍କ କହିବା ଅନୁଯାୟୀ, ଜେଲର ଉପର ଅଧିକାରୀମାନେ ତାଙ୍କୁ ଛୁଟି ଦେବା ପାଇଁ ଲାଞ୍ଚ ମାଗୁଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହେଉଥିବା କଥା ସେ ସ୍ପଷ୍ଟ କରିଛନ୍ତି ।

ଏହାସହ ଲାଞ୍ଚ ନଦେବା କାରଣରୁ ତାଙ୍କର ଛୁଟି ରଦ୍ଧ କରିଦିଆଯାଇଛି । କେବଳ ଏତିକି ନୁହେଁ ବରଂ ତାଙ୍କ ପରିବାରର ଆର୍ôଥକ ପରିସ୍ଥିତି ସ୍ଥିତି ଏତେଟା ସ୍ୱଚ୍ଛଳ ନଥିବା କାରଣରୁ ପିଲାର ଚିକିତ୍ସା ମଧ୍ୟ କରିପାରୁନାହାନ୍ତି । ଏହିସବୁ କାରଣରୁ ସେ ଚିନ୍ତିତ ହୋଇ ନିସାର ଘୋଟକି ରାସ୍ତାରେ ଠିଆ ହୋଇ ନିଜ ଅସୁସ୍ଥ ସନ୍ତାନକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ନିଲାମ ଡାକୁଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି । ତେବେ ନିସାରଙ୍କ ଏହି ଭିଡିଓ ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହାଙ୍କ ନିକଟରେ ପହଞ୍ଚିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରି ତାଙ୍କୁ ସେହି ଥାନାରେ ରହିବା ନେଇ ନିର୍ଦ୍ଦେଶ ଦେବା ସହ ସନ୍ତାନର ଚିକିତ୍ସା ପାଇଁ ତାଙ୍କୁ ୧୪ ଦିନର ଛୁଟି ମଧ୍ୟ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *