ତାଲିବାନି ହାତକୁ ପଞ୍ଜଶୀର ଘାଟି ବି ଗଲା

କାବୁଲ: ତାଲିବାନି ସୋମବାର ଦିନ ଘୋଷଣା କରିଛି ଯେ, ପଞ୍ଜଶୀର ଉପରେ ସେମାନେ ସମ୍ପୂର୍ଣ୍ଣ ଭାବରେ କବଜା କରିସାରିଛନ୍ତି । କିଛି ଦିନ ହେବ ତାଲିବାନି ମାନେ ପଞ୍ଜଶୀର ଉପରେ କବଜା କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ଆଜି ସେଠାରେ ନିଜର କବଜା ଜମାଇଥିବା ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ତାଲିବାନି ପ୍ରବକ୍ତା ଜବିଉଲ୍ଲାହ ଏକ ବୟାନ ଜାରି କରି କହିଛନ୍ତି ଯେ, ଏହି ଜିତ୍ ସହିତ ଆମ ଦେଶ ଯୁଦ୍ଧ ମୁକ୍ତି ଦେଶ ହୋଇଯାଇଛି । କାରଣ ପଞ୍ଜଶୀର ହିଁ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ ତାଲିବାନି ମାନେ କବଜା କରିପାରିନଥିଲେ । ରବିବାର ରାତିରେ ତାଲିବାନି ସେନା ପଞ୍ଜଶୀରର ଆଠଟି ଜିଲ୍ଲା ଉପରେ କବଜା କରିଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ଦେଖିବାକୁ ମିଳିଛି ଯେ, ତାଲିବାନି ମାନେ ପଞ୍ଜଶୀରର ଗର୍ଭନର୍ ଅଫିସ୍ ଗେଟ୍ ବାହାରେ ଠିଆ ହୋଇଛନ୍ତି । କିନ୍ତୁ ଏନେଇ ତାଲିବାନି ରେଜିଷ୍ଟାଣ୍ଟ୍ସଙ୍କ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ । ତାଲିବାନ ରବିବାର ଦିନ ପଞ୍ଜଶୀରର ସମସ୍ତ ଜିଲ୍ଲାକୁ ନିଜ ଅଧୀନକୁ ନେଇଛି ବୋଲି ଦାବି କରିଛି। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ପଞ୍ଜଶୀରର ସମସ୍ତ ଜିଲ୍ଲା ମୁଖ୍ୟାଳୟ, ପୋଲିସ ମୁଖ୍ୟାଳୟ ଏବଂ ସମସ୍ତ କାର୍ୟ୍ୟାଳୟ ଉପରେ କବଜା କରିଛନ୍ତି । ତାଲିବାନ କହିଛି ଯେ ବିରୋଧୀ ଦଳ ମଧ୍ୟ ଅନେକ ଆହତ ହୋଇଛନ୍ତି। ଯାନବାହନ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *