ନୂଆ ପ୍ରିମିୟମ୍ ସଂଗ୍ରହରେ ଏସ୍ବିଆଇ ଲାଇଫ୍ ଇନ୍ସୁୃ୍ୟରାନ୍ସ ଆଗରେ
ଭୁବନେଶ୍ୱର : ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ ୨୦,୨୬୪ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ସଂଗ୍ରହ କରାଯାଇଛି । ପୂର୍ବବଷର୧୬,୫୯୨ କୋଟି ଟଙ୍କା ତୁଳନାରେ ଏହା ୫୨% ଅଧିକ । ପ୍ରୋଟେକ୍ସନ୍ ପ୍ଲାନ୍, ବ୍ୟକ୍ତିଗତ ସୁରକ୍ଷା, ବ୍ୟକ୍ତିଗତ ନୂଆ ବ୍ୟବସାୟ ଆଦି ସମସ୍ତ କ୍ଷେତ୍ରରେ କମ୍ପାନି ପୂର୍ବବର୍ଷ ତୁଳନାରେ ଅଧିକ ପ୍ରିମିୟମ୍ ସଂଗ୍ରହ କରିଛି । ଏସ୍ବିଆଇ ଲାଇଫ୍ର ଏୟୁଏମ୍ ୩୮% ବୃ୍ଦ୍ଧି ପାଇ ୨,୨୦,୮୭୧ କୋଟି ଟଙ୍କା ହୋଇଛି ଯାହା ୨୦୨୦ ମାର୍ଚ୍ଚ ୩୧ ବେଳକୁ ୧,୬୦,୩୬୩ କୋଟି ଟଙ୍କା ଥିଲା । କମ୍ପାନିର ଡେବ୍ଟ୍ ଟୁ ଇକ୍ୱିଟି ଅନୁପାତ ୭୩:୨୭ ରହିଛି ଓ ଡେବ୍ଟ୍ର ୯୦% ଉପକରଣ ଏଏଏ ରେଟିଂରେ ରହିଛି ।