ମହାନଦୀ ପୂଜନ ସମିତି ପକ୍ଷରୁ ମହାନଦୀ ମା’ର ପୂଜାର୍ଚନା
ମହାନଦୀ ପୂଜନ ସମିତି ପକ୍ଷରୁ ମହାନଦୀ ମା’ର ପୂଜାର୍ଚନା
କଟକର ଆସ୍ଥା ମହାନଦୀ ,ମହାନଦୀରେ ମହାଆଳତି

କଟକ,୩୦-୦୯-୨୦୨୬ (ବି .ଏନ .ଓ) :(ବିଜୟ କୁମାର ପଣ୍ଡା ) ମହାନଦୀ ପୂଜନ ସମିତି ପକ୍ଷରୁ ଭାଗବତ ପୂର୍ଣ୍ଣିମା ସାଧାରଣ ତଥା ଇନ୍ଦ୍ରୋତ୍ସବ ଉପଲକ୍ଷେ ମହାନଦୀର ଗଡ଼ଗଡ଼ିଆ ଘାଟଠାରେ ଅନୁଷ୍ଠାନର ସଭାପତି କ୍ଷୀରୋଦ କୁମାର ସାହୁଙ୍କ ପୌରୋହିତ୍ୟରେ ମହାନଦୀ ପୂଜନ ପାଳିତ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କଟକ ଜିଲ୍ଲା ପଦାଧିକାରୀ ଦିଲ୍ଲୀପ କୁମାର ଜେନା ଏଥିରେ ଯୋଗଦେଇଥିଲେ। ଅନୁଷ୍ଠାନର ପୃଷ୍ଠପୋଷକ ବିଶ୍ବଜିତ ସୂର୍ଯ୍ୟବଂଶୀ ଓ ଉପସଭାପତି ନମିତା ମଞ୍ଜରୀ ସାହୁ, ସାଧାରଣ ସମ୍ପାଦକ ଗଙ୍ଗାଧର ବେହେରାଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ହେମଜ ସାହୁ, ଉପସଭାପତି ପ୍ରିୟବ୍ରତ ପଟ୍ଟନାୟକ, କୋଷାଧ୍ୟକ୍ଷ ରଞ୍ଜନ କୁମାର ସାହୁ, ଉପଦେଷ୍ଟା ଉପେନ୍ଦ୍ର ବେହେରା, ସ୍ବାଗତିକା ବେହେରା ଓ ସହ ସମ୍ପାଦକ ଅଜୟ କୁମାର ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ବେହେରା, ରବି ଚିନ୍ନାରା, ସୁଶାନ୍ତ କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର କାହାଳି, ବିଗ୍ନେଶ ଧଳ, ଅର୍ଜୁନ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

