LatestNewsରାଜ୍ୟସମସ୍ୟା ଭିତ୍ତିକ ଖବର

ବନ୍ଧରେ ଜୀବନ ଆଉ କେତେଦିନ

ବନ୍ଧରେ ଜୀବନ ଆଉ କେତେଦିନ ?

ଭୁବନେଶ୍ୱର ୩୦-୦୯-୨୦୨୬ (ବି .ଏନ .ଓ) : ଉପକୂଳ ଓଡ଼ିଶାର ତଳିଆ ଅଞ୍ଚଳବାସୀଙ୍କ ଆଖିରେ ଆଉ ଥରେ ଲୁହ ଆଣିଛି ମହାନଦୀର ବନ୍ୟା। ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀରେ ବନ୍ୟା ଆସିବା ପରେ ବୁଡ଼ିଯାଇଛି କଟକ, ଜଗତସିଂପୁର ଓ ପୁରୀ ଆଦି ଜିଲ୍ଲାରେ ବହୁ ତଳିଆ ଅଞ୍ଚଳ। ଘରେ ପାଣି ପଶିଛି, ଜଳବନ୍ଦୀ ହୋଇଛନ୍ତି ଲୋକେ।ମହାନଦୀର ରୁଦ୍ର ରୂପ। ତଳ ମୁଣ୍ଡରେ ଉଚ୍ଛନ୍ନ ଅବସ୍ଥା। ଏପଟେ ନଦୀରେ ପାଣି ଯେତିକି, ସେପଟେ ଲୋକଙ୍କ ଦୁଃଖ ଆଉ ଦୁର୍ଦ୍ଦଶା ତାଠୁ ଆହୁରି ଅଧିକ। ଏ ଦୃଶ୍ୟ ଜଗତସିଂହପୁର ଜିଲ୍ଲାର। ଏଇ ବର୍ଷା ରୁତୁରେ ମହାନଦୀରେ ପୁଣି ଥରେ ବନ୍ୟା ଆସିବା ପରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି କୁଜଙ୍ଗ ବ୍ଲକର ୫ଟି ଗାଁ। ଗାଁରେ ପାଣି ପଶି ଘର ବୁଡ଼ିଛି, ରାସ୍ତାଘାଟ ବୁଡ଼ି ଜଳମୟ ହୋଇଛି। ଫଳରେ ବନ୍ୟା ବିପନ୍ନ ଘର ଦ୍ବାର ଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି।…ଏପଟେ ମହାନଦୀ ଓ ପାଇକା ନଦୀର ପାଣି ବୁଡ଼ାଇ ଦେଇଛି ଶହ ଶହ ଏକର ଧାନ କ୍ଷେତ। ଆଉ ପନିପରିବା ଚାଷକୁ ବି ସଂପୂର୍ଣ୍ଣ ଚାଟିଦେବାକୁ ବସିଛି।…

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *