ରାଜ୍ୟଶିକ୍ଷା

ସଂସ୍କୃତ ଶିକ୍ଷକ “ମଧୁସୂଦନ ମହାନ୍ତ “ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ସଂସ୍କୃତ ଶିକ୍ଷକ “ମଧୁସୂଦନ ମହାନ୍ତ “ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପାଟଣା -୦୪-୧୦-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) –କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ର “ସୁନାଖମ ଉଚ୍ଚ ବିଦ୍ୟାଳୟ”ବଣମହୁଲଡିହାର ସୁନାମଧନ୍ୟ ସଂସ୍କୃତ ଶିକ୍ଷକ ମଧୁସୂଦନ ମହାନ୍ତ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଲ୍ଲିନ୍ଦ୍ର ମହାନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଯେଉଁ ସଭା ରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ବିଦ୍ୟାଧର ନାୟକ, ମୂଖ୍ୟ ବକ୍ତା ଭାବେ ପାଟଣା ବ୍ଲକ୍ ଓଷ୍ଟା ସମ୍ପାଦକ ସଞ୍ଜୟ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ପାଟଣା ବ୍ଳକ୍ ଓଷ୍ଟା ସଭାପତି ପାର୍ଥ ସାରଥି ବେଜ୍, ଡୁମୁରିଆ କ୍ଲଷ୍ଟର ସଂଯୋଜକ ଯୁଧିଷ୍ଟିର ମହାନ୍ତ,ପଲାଣ ଘାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ୱର ମହାନ୍ତ,ୟୁ ପି ସ୍କୁଲ ର ପ୍ରଧାନଶିକ୍ଷକ କିଶୋର ବଳ, ସମିତି ସଭ୍ୟା ଜୟନ୍ତି ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ପ୍ରତାପ ମହାକୁଡ଼, ଗୋବର୍ଦ୍ଧନ ନାୟକ, ଗୋପବନ୍ଧୁ ନାୟକ, ସ୍ୱାଗତିକା ନାୟକ, ବିନ୍ଦୁମତି ମହାନ୍ତ,ଦୁର୍ଗା ଚରଣ ମହାନ୍ତ ଯୋଗ ଦେଇ, ଅବସର ନେଉଥିବା ଶିକ୍ଷକ ମଧୁସୂଦନ ମହନ୍ତଙ୍କ ର ବିଦ୍ୟାଳୟ ତଥା ସେହି ଅଞ୍ଚଳ ପ୍ରତି ତାଙ୍କର ଅବଦାନ କୁ ସମସ୍ତେ ପ୍ରଶଂସା କରିଥିଲେ | ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବୀରଭଦ୍ର ପାଲ ଅତିଥି ପରିଚୟ ପ୍ରଦାନ କରିବା ସହ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ, ଝାଡେଶ୍ୱର ମହାନ୍ତ, ମହେଶ୍ୱର ମହାନ୍ତ,ରଞ୍ଜନ ମହାନ୍ତ, ମଧୁସୁଦନ ମହାନ୍ତ ଶୁକଦେବ ମହାନ୍ତ ସଭା ପରିଚାଳନାରେ ସହଯୋଗ କରିଥିଲେ ପରିଶେଷରେ ଏକ ଭାବବିହ୍ୱଳ ପରିବେଶରେ ଶିକ୍ଷକ ମଧୁସୁଦନ ମହାନ୍ତ ଓ ତାଙ୍କ ଧର୍ମପତ୍ନୀ କୁନ୍ତଳା କୁମାରୀ ମହାନ୍ତ ଙ୍କୁ ଛାତ୍ର ଛାତ୍ରୀ, ବିଦ୍ୟାଳୟ ତଥା ଗ୍ରାମବାସୀଙ୍କ ତରଫରୁ ଉପଢ଼ୌକନ ପ୍ରଦାନ ପୂର୍ବକ ଏକ ବିରାଟ ପଟୁଆରରେ ବାଜା ,ବାଣ ସହ ଦୁଃଖ ରେ ମ୍ରିୟମାଣ ହୋଇ ବିଦାୟ ଦେଇଥିଲେ |

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *