ସ୍କୁଟିକୁ ଧକ। ଦେଲା ବାଇକ।
ସ୍କୁଟିକୁ ଧକ। ଦେଲା ବାଇକ; ସ୍କୁଟି ଚାଳକ ଗୁରୁତର
ଘଟଗାଁ, ୩୧-୦୮-୨୦୨୬(ବି .ଏନ .ଓ ) : (ବିଷ୍ଣୁ ନନ୍ଦ ବେହେରା ) ସ୍କୁଟି କୁ ଧକ୍କା ଦେଲା ବାଇକ ଚାଳକ। ସ୍କୁଟି ଚାଳକ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଁଚି ଅଧିକ ତଦନ୍ତ ଚଳାଇଛି।ଜାତୀୟ ରାଜପଥ ୭୨୦ ନରଣପୁର ଡ଼ୁବୁରୀ ଭିଆଇପି ରାସ୍ତାରେ ଅନେକ ସମୟରେ ବିଭିନ୍ନ ସମସ୍ୟା ଓ ଦୁର୍ଘଟଣା ଘଟୁଛି। ପୂର୍ବରୁ ଅନେକ ବାର ସଡକ ଦୁର୍ଘଟଣା ଘଟି ଅନେକ ପଥ ଚାରି ପ୍ରାଣ ହରାଇଥିବା ବେଳେ ଆଜି ୭୨୦ ନମ୍ବର ଜାତୀୟ ରାଜପଥ ପଣ୍ଡାପଡା ପଞ୍ଚାୟତ ନିକଟରେ ସ୍କୁଟିକୁ ଧକ୍କା ଦେଲା ଓଡି ୩୩ ଏନ ୨୪୩୬ ବାଇକ ଚାଳକ। ସ୍କୁଟି ଚାଳକ ପଣ୍ଡାପଡା ଗ୍ରାମର ପପୁ ବେହେରା ଅଧିକ ଗୁରତର ଥିବା ଵେଳେ ପରିବାର ଲୋକ ଘଟଣା ସ୍ଥଳରେ ପହଁଞ୍ଚି ବ୍ୟକ୍ତିଗତ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ସୂଚନା ମିଳୁଛି । ସୂଚନା ଅନୁସାରେ ପଣ୍ଡାପଡା ଥାନା ଅଧୀନ ଆଙ୍କଲପଡା ଓ ରୁଟିଶିଳା ଗ୍ରାମର ଚିତ୍ତ ନାଏକ ପିତା ଲକ୍ଷ୍ମୀ ଧର ନାଏକ, ପପୁଜିତ ନାଏକ ପିତା କମ୍ପାନୀ ନାଏକ ୪ ଜଣ ଯୁବକ ତିନୋଟି ବାଇକ ଓଡି ୦ ୯ ଏଏ ୭୬୫୪,ନୀତିଶ କୁମାର ନାଏକ ପିତା ଉପେନ୍ଦ୍ର ନାଏକ,ପ୍ରବିନ ନାଏକ ପିତା ରଞ୍ଜି ନାଏକ ଓଡି ୩୩ ଏନ ୨୪୩୬ ଏବଂ ଅନ୍ୟ ବାଇକଟି ନମ୍ବର ବିହୀନ ଥିବା ଦେଖିବାକୁ ମିଳିଥିଲା। ଏହି ବାଇକ ଯୋଗେ ଛଅ ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ସମ୍ପୂର୍ଣ ରାସ୍ତା କବଜା କରି ଗାଡି ଚଳାଇ ଥିଲେ। ପପୁ ବେହେରା କୌଣସି କାମରେ ବଜାରକୁ ଆସିଥିବା ବେଳେ ଓଡି ୩୩ ଏନ ୨୪୩୬ ବାଇକ ଚାଳକ ସ୍କୁଟିକୁ ଧକ୍ଵା ଦେଇଥିଲା। କିଛି ସମୟ ଲାଗି ରାଜପଥ ଅବରୋଧ ହୋଇଥିବା ବେଳେ ଗାଡି ମୋଟର ଯାତାୟାତ ସମ୍ପୂର୍ଣ ଠପ ହୋଇ ପଡିଥିଲା। ଖବର ପାଇ ପଣ୍ଡାପଡା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଧକ୍କା ଦେଇଥିବା ବାଇକ ଚାଳକକୁ ଚିକିତ୍ସା ନିମନ୍ତେ ପଣ୍ଡାପଡା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଅନ୍ୟ ଦୁଇଟି ଗାଡିର ଯୁବକକୁ ଦୁର୍ଘଟଣା ସ୍ଥଳରୁ ପୋଲିସ ଉଠାଇ ନେଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

