“ଆମ ପୋଲିସ ସମିତି ” କାର୍ଯ୍ୟ କ୍ରମ ଅନୁଷ୍ଠିତ
“ଆମ ପୋଲିସ ସମିତି “ କାର୍ଯ୍ୟ କ୍ରମ ଅନୁଷ୍ଠିତ
ପାଟଣା -୩୧-୦୮-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର )-କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ “ଆମ ପୋଲିସ ସମିତି ” କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପାଟଣା ଆଇ .ଆଇ .ସି ଶ୍ରୀଯୁକ୍ତ କିରଣ ପ୍ରସାଦ ସାହୁ, ସଭା କାର୍ଯ୍ୟ କୁ ସମ୍ବୋଧିତ କରି କହିଥିଲେ ଯେ, ଯାନ ବାହାନ ଚଳା ଚଳ, ପାଟଣା ବଜାର ଭିଡକୁ ନିୟତ୍ରଣ କରିବା, ମଦ୍ୟପ ମାନଙ୍କର ଗତିବିଧିକୁ ଶୃଙ୍ଖଳିତ କରିବା, ଏବଂ ସାଇବର ଠକେଇ ରୁ ସାବଧାନ ରହିବା ପ୍ରଭୃତି, ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇ ଥିଲେ |ଏଥିରେ ଥାନା ଏ ଏସ ଆଇ ଗରଡ଼ିଆ ବାବୁ ସଭା ପରିଚାଳନା କରିଥିଲେ |ଏବଂ ପାଟଣା ମିଡ଼ିଆ ହାଉସ ର ଉପଦେଷ୍ଟା ଜତୀନ୍ଦ୍ର ଦାଶ,ବ୍ୟବସାୟିକ ଅଜୟ କୁମାର ଦାଶ, ତଥା ଗ୍ରାମର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସଭା କାର୍ଯ୍ୟକୁ ସଫଳ କରିଥିଲେ |

