ଗାନ୍ଧୀ ଭବନରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତା ବିପ୍ଲବୀ ମୂଷା ମଲ୍ଲିକଙ୍କ ୬୫ତମ ଶ୍ରାଦ୍ଧୋତ୍ସବ ପାଳିତ

ଗାନ୍ଧୀ ଭବନରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତା ବିପ୍ଲବୀ ମୂଷା ମଲ୍ଲିକଙ୍କ ୬୫ତମ ଶ୍ରାଦ୍ଧୋତ୍ସବ ପାଳିତ

ସ୍ୱାଧୀନତା ସଂଗ୍ରାମର ଅଜଣା ନାୟକ ଥିଲେ ବିପ୍ଲବୀ ମୂଷା ମଲ୍ଲିକ…

News by Bijay kumar panda

କଟକ ୨୦-୦୫-୨୦୨୬(ବି.ଏନ .ଓ ) :  ପ୍ରଜାମଣ୍ଡଳ ଆନ୍ଦୋଳନର ଏକ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ ବିପ୍ଳବୀ ମୂଷା ମଲ୍ଲିକ । ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରୀ ଶାସନ ବିରୋଧରେ ଜନତାଙ୍କ ସ୍ୱରକୁ ଜାଗ୍ରତ କରିବା ପାଇଁ  ସେ ନିଜ ଜୀବନ ବାଜି ଲଗାଇଥିଲେ । ବୀର ବୈଷ୍ଣବ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଗରିଲା ବାହିନୀର ନେତୃତ୍ୱ ନେଇ ମୂଷା ମଲ୍ଲିକ ଗାଁ ଗାଁ ବୁଲି ଏକ ବିକଳ୍ପ ଶାସନ ଛିଡା କରିଥିଲେ , । ତାଙ୍କ ତ୍ୟାଗ ବ୍ରିଟିଶ ସାମ୍ରାଜ୍ୟ ଓ ସ୍ଥାନୀୟ ରାଜଶକ୍ତି ପାଇଁ ଏକ ଚେତାବନୀ ଥିଲା ଏବଂ ଏହା ଓଡ଼ିଆ ଜନମାନସରେ ଜାଗରଣ ଆଣିଥିଲା । ରାଜା ଅତ୍ୟାଚାରରୁ ନିଜ ଧର୍ମପତ୍ନୀଙ୍କୁ ରକ୍ଷା କରିବା ନିମନ୍ତେ ତାଙ୍କର ଅନ୍ୟତ୍ର ବିବାହ କରାଇବା, ନିଜେ ରାଜାଙ୍କ ଦ୍ୱାରା ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଦେଶର ସ୍ବାଧୀନତା କାରଣରୁ ମୁକ୍ତି ଲଭିବା ଭଳି ଅନେକ ଘଟଣା ବହୁଳ ତାଙ୍କ ଜୀବନ ଓ ସଂଗ୍ରାମ ଯୁବପିଢ଼ିଙ୍କୁ ଆଜି ମଧ୍ୟ ଆକର୍ଷିତ କରୁଅଛି । ଏହିଭଳି ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନ ଦେଶରେ ପୁନର୍ଜାଗରଣର ରାସ୍ତା ଖୋଲିଥିଲା ବୋଲି ମୂଷା ମଲ୍ଲିକ ଜାତୀୟ ସ୍ମାରକୀ ନ୍ୟାସ ପକ୍ଷରୁ କଟକ ଗାନ୍ଧୀ ଭବନ ପରିସରରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତା ବିପ୍ଳବୀ ମୂଷା ମଲ୍ଲିକଙ୍କ ୬୫ତମ ଶ୍ରାଦ୍ଧୋତ୍ସବ ଅବସରରେ ଆୟୋଜିତ ସ୍ମୃତି ସଭା ଓ ସାମୁହିକ ଆଲୋଚନାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ମୂଷା ମଲ୍ଲିକ ଜାତୀୟ ସ୍ମାରକୀ ନ୍ୟାସର ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତା ତଥା ଗାନ୍ଧୀବାଦୀ ଯୁବ ନେତା ଡାକ୍ତର ବିଶ୍ୱଜିତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ନ୍ୟାସର ସମ୍ପାଦକ ଜ୍ଞାନ ରଂଜନ ସାମନ୍ତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ . ପ୍ରାକ୍ତନ ମନ୍ତ୍ରୀ ତଥା ବିପ୍ଲବୀ ମୂଷା ମଲ୍ଲିକଙ୍କ ନାତି ପ୍ରଫୁଲ୍ଲ ମଲ୍ଲିକ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାବ ଦାସ ମୁଖ୍ୟ ବକ୍ତା, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ କୁମାର ଦାସ ମୁଖ୍ୟ ଅତିଥି ତଥା ଆଡାଭକେଟ ସୁସ୍ମିତା ପଟ୍ଟନାୟକ, ବାସୁଦେବ ସାହୁ, ଲକ୍ଷ୍ମୀ ପ୍ରକାଶ ମହାପାତ୍ର, କାଶୀନାଥ ସ୍ବାଇଁ, ପ୍ରଭାସ ମହାପାତ୍ର,ଅଧ୍ୟାପକ ଓଁକାରନାଥ ରାଉତ, ପ୍ରିୟ ରଞ୍ନନ ମହାପାତ୍ର, କବୀର କୁମାର ଜେନା, ସୁର୍ଯ୍ୟନାରାୟଣ ନାଥ   ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ପ୍ରଦାନ କରିବା ସହ ବିପ୍ଲବୀ ମୂଷା ମଲ୍ଲିକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ବାଧୀନତା ସଂଗ୍ରାମୀ ଦାୟାଦ ରବୀନ୍ଦ୍ର ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ . ଏହି ସଭାରେ କଟକ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଗାନ୍ଧୀବାଦୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *