ଟାଙ୍ଗରପଡା ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ଟାଙ୍ଗରପଡା ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ପାଟଣା ୨୦-୦୫-୨୦୨୬(ବି.ଏନ .ଓ ) : (ଦୀନବନ୍ଧୁ ମିଶ୍ର ) ପାଟଣା ବ୍ଲକ, ଟାଙ୍ଗରପଡା ଗ୍ରାମପଞ୍ଚାୟତର ଟାଙ୍ଗରପଡା ଉଚ୍ଚବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ପ୍ରଧାନ ଶିକ୍ଷକଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣ ଜୟନ୍ତୀ ପାଇଁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏଥିରେ,ସମାଜ ସେବକ ଗୋବିନ୍ଦ ବଲ୍ଲଭ ପୃଷ୍ଟି ଅଧ୍ୟକତା କରିଥିଲେ | ଏବଂ ଆସନ୍ତା ଜୁନ ମାସରେ ପରବର୍ତୀ ବୈଠକ ହେବା ପାଇଁ ସ୍ଥିର ହୋଇଥିଲା |ବୈଠକ ରେ ପୁରାତନ ଛାତ୍ର କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ସମାଜସେବୀ ନବକିଶୋର ପୃଷ୍ଟି, ବିକାଶ କୁମାର ପୃଷ୍ଟି, ପ୍ରଦ୍ୟୁମ୍ନ କୁମାର ସାହୁ (ବାବୁଲି ବାବୁ ) ନୀଳ ମାଧବ ପୃଷ୍ଟି, ପରମାନନ୍ଦ ସାହୁ, ବିନୋଦ ବିହାରୀ ସାହୁ, ସଞ୍ଜୟ କୁମାର ସାହୁ, ଶିକ୍ଷକ ଗଜେନ୍ଦ୍ର କୁମାର ସାହୁ,ହୃଷିକେଶ ସେଠି, ନିହାରରଞ୍ଜନ ପୃଷ୍ଟି, ସୁଶାନ୍ତ କୁମାର ସାହୁ, ଅଯୋଧ୍ୟା ବାରିକ, ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକ ରେ ଉପସ୍ଥିତ ଥିଲେ |ଏଥି ପାଇଁ ଏକ କମିଟି ଗଠନ କରାଯାଇଥିଲା | ସଭାପତି ଶ୍ରୀ ଗୋବିନ୍ଦ ବଲ୍ଳଭ ପୃଷ୍ଟି, ସମ୍ପାଦକ ପ୍ରଧାନ ଶିକ୍ଷକ ଶ୍ରୀ ମକର ଧ୍ୱଜ ମହାନ୍ତ ଏବଂ କୋଷାଧକ୍ଷ ଶ୍ରୀ ପରମାନନ୍ଦ ସାହୁ, ସଞ୍ଜୟ କୁମାର ସାହୁ ଙ୍କୁ ମନୋନୀତ କରାଯାଇଥିଲା |

