ସାମ୍ବାଦିକ ବିଜୟ ମହାନ୍ତ ଆଈଙ୍କ ଦେହାନ୍ତ
ସାମ୍ବାଦିକ ବିଜୟ ମହାନ୍ତ ଆଈଙ୍କ ଦେହାନ୍ତ
ପାଟଣା: ୨୨-୦୫-୨୦୨୬(ବି.ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତର ଖୁଣ୍ଟାପଡା ଗ୍ରାମ ଡୁମ୍ବୁରୀ ସାହିର ରାମନୀ ମହାନ୍ତ (୮୭)ଙ୍କର ଆଜି ଦିନ ୧୨ଟା ୧୦ ମିନିଟ ସମୟରେ ହୃଦରୋଗ ଯୋଗୁଁ ଦେହାନ୍ତ ଘଟିଛି। ସେ କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ଆଜି ହଠାତ୍ ତାଙ୍କର ପରଲୋକ ଘଟିଥିଲା। ସ୍ୱର୍ଗତ ରାମନୀ ମହାନ୍ତ ଗ୍ରାମରେ ଜଣେ ମିଷ୍ଟଭାଷୀ ଓ ପର ଉପକାରୀ ମହିଳା ଭାବେ ପରିଚିତ ଥିଲେ। ତାଙ୍କର ବିୟୋଗରେ ପରିବାର ସହ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅନେକ ସ୍ଥାନୀୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ରାମନୀ ମହାନ୍ତ ହେଉଛନ୍ତି ସାମ୍ବାଦିକ ବିଜୟ କୁମାର ମହାନ୍ତଙ୍କ ଆଇ। ତାଙ୍କର ଦେହାନ୍ତ ଖବର ପ୍ରଚାର ପାଇବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।

