ପାଟଣାରେ ସମସ୍ତ ଔଷଧ ଦୋକାନ ବନ୍ଦ ଲୋକେ ହନ୍ତସନ୍ତ
ପାଟଣାରେ ସମସ୍ତ ଔଷଧ ଦୋକାନ ବନ୍ଦ ଲୋକେ ହନ୍ତସନ୍ତ
ପାଟଣା ୨୨-୦୫-୨୦୨୬(ବି.ଏନ .ଓ ) :(ଦୀନବନ୍ଧୁ ମିଶ୍ର ) ପାଟଣା ଓ ସାହାର ପଡ଼ା କେନ୍ଦେଇପଶି ପାଟଣା ଅଞ୍ଚଳରେ ଆଜି ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବିଭିନ୍ନ ଦାବିକୁ ନେଇ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି। ଔଷଧ ଦୋକାନ ବନ୍ଦ ଯୋଗୁଁ ସାଧାରଣ ଲୋକ ଓ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶେଷ କରି ଜରୁରୀ ଔଷଧ କିଣିବାକୁ ଆସିଥିବା ରୋଗୀ ଓ ସେମାନଙ୍କ ପରିବାର ଲୋକ ନିରାଶ ହୋଇ ଫେରିଯାଇଥିବା ଦେଖାଯାଇଥିଲା। ପାଟଣା ବଜାର ସାହାରପଡା, କେନ୍ଦେଇପଶି ଅଞ୍ଚଳର ଅଧିକାଂଶ ଔଷଧ ଦୋକାନରେ ତାଲା ପଡିଥିବା ବେଳେ କେତେକ ସ୍ଥାନରେ ବନ୍ଦ ସମର୍ଥନରେ ବ୍ୟବସାୟୀମାନେ ପ୍ରତିବାଦ ଜଣାଇଥିଲେ। ତେବେ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ସରକାରୀ ହସ୍ପିଟାଲରେ ଔଷଧ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି

