କଟକ ଯୋଗାସନ ଗୋଗୁଁ ଆଗୋଟିଏସନର ଦ୍ଵିତୀୟ ବାର୍ଷିକ ଯୋଗ ପ୍ରତିଯୋଗିତା
କଟକ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନର ଦ୍ଵିତୀୟ ବାର୍ଷିକ ଯୋଗ ପ୍ରତିଯୋଗିତା
କଟକ ୧୬-୦୫-୨୦୨୬(ବି .ଏନ .ଓ ) : ଚଳିତ
ବର୍ଷ କଟକ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନର ଦ୍ଵିତୀୟ ବାର୍ଷିକ ଯୋଗ ପ୍ରତିଯୋଗିତା ସ୍ଥାନୀୟ କଟର ଝାଞ୍ଜିରାମଙ୍ଗଳା ଗଣପତି ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଳିତ ହୋଇଯାଇଛି | ୧୨୦ ଜଣରୁ ଉର୍ଦ୍ଧ ଛାତ୍ରଛାତ୍ରୀ ,ପୁରୁଷ ଏବଂ ମହିଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଉଦ୍ଘାଟନ ଉତ୍ସବରେ ଶୈଳବାଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶୁଲେଖା ସୁନ୍ଦରୀ ସ୍ବାଇଁଙ୍କ ଦ୍ବାରା ଉଦ୍ଘାଟନ ହେବା କାର୍ଯ୍ୟସହ ଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ କରାଯାଇଥିବା ସମୟରେ ଆସୋସିଏସନର ସଭାପତି ମନମୋହନ ବେହେରା, କାର୍ଯ୍ୟକାରୀ ସଭାପତି ଶୈଲନ କୁମାର ଧନ (ଓଳିକ), ଉପସଭାପତି ଯୋଗେନ୍ଦ୍ରନାଥ ବଢିଆ, ସଂପାଦକ ରିଙ୍କୁ ଟକ୍ସ, ବିଦ୍ୟାନିକାଶ ସମିତିତ ପ୍ରତିଷ୍ଠାତା ତାରାକାର ଅଗସ୍ତି, ରେଭେନ୍ସା ମହାବିଦ୍ୟାଳୟର ଇଂରାଜୀ ଅଧାପକ ଖଗେନ୍ଦ୍ର ସେଠୀଙ୍କ ଦ୍ବାରା ସେମାନଙ୍କର ମୌଖିକ ସମ୍ଭାଷଣ ସମ୍ୟକ ଆଲୋକପାତ କରିସାରିବାପରେ ଯୋଗ ପ୍ରତିଯୋଗିତାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥୁଲା | ଉକ୍ତ ପ୍ରତିଯୋଗିତାରେ ସୂଚେତା ମହାନ୍ତି, ସଂଘମିତ୍ରା ଜେନା, ଶିଖାକାନ୍ତ ପୃଷ୍ଟି, ପ୍ରଦେଶ କୁମାର ସାମନ୍ତରାୟ, ନାରାୟଣ ବିଶୋଜ, ସହଯୋଗ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସୂରୁଧାର ଏବଂ କେନ୍ଦ୍ରଟିକୁ ଗିରିଜା ଶଙ୍କର ଶତପଥୀଙ୍କ ଦ୍ବାରା ଦୀର୍ଘ ୨ବର୍ଷ ଧରି ନିରନ୍ତର ପ୍ରଚେଷ୍ଟା ଦ୍ଵାରା ସଫଳ ହେଉଅଛି । ପ୍ରତିଯୋଗୀତାରେ ବିଚାରପତି ଭାବେ ନକ୍ଟର ଶାନ୍ତମନ୍ଦି ଦାଶ, ଶଶାକାର ଗୁଣ୍ଡିଆ, ସନ୍ଦିତା ମହାପାତ୍ର, ସୁନିତା ମହାପାତ୍ର, ସୁଶ୍ରୀ ସୁଜାଯା ଦାସ, ସନ୍ଦିତା ନାୟକ, ମିନତା ସାହୁ, ରାମକୃଷ୍ଣ ପଟ୍ଟନାଠକ, ଝରଣା ସାବୁ, ତାପଜ ସାହୁ, ଏସ୍.ସାହାବାଦ, ମଧୁସ୍ମିତା ସେନାପତି, ଲିଙ୍କ୍ ଟଙ୍କ, ସୁଚେତା ମହାନ୍ତି, ଶୁକ୍ରଜିତ୍ ଦାସ, ଉଷା ଅଗ୍ରକାର ଇତ୍ୟାଦି ପରିଚାଳନା କରିଥିଲେ ।
ସର୍ବଶେଷରେ ଉଦ୍ଯାପନ ଉତ୍ସବ ଦିବା ୫ ଘଟିକା ସମୟରେ ମୁଖ୍ୟ ଅତିଥି ଡାକ୍ତର ରମେଶ ଚନ୍ଦ୍ର ଦାସ, ବିଦ୍ୟାବିକାଶ ସମିତି, ଓଡିଶାର ସଭାପତି ସମ୍ମାନନୀୟ ଅତିଥି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏବଂ ୨୯ନଂ ୱାର୍ଡର କର୍ପୋରେଟର ସୁମିତ୍ରା ବସ୍ତିଆ ଯୋଗଦାନ କରି ସମସ୍ତ ଯୋଗ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | ଏବଂ ତାଙ୍କର ଯୋଗ ପ୍ରତି ପ୍ରେରଣାର ଉତ୍ସାହକୁ ସମସ୍ତଙ୍କୁ ପ୍ରଦାନ କରିଥିଲେ । ସହ ସଂପାଦକ ଶ୍ରୀରାମ ପଟ୍ଟନାୟକ ସମସ୍ତ ଯୋଗପ୍ରେମୀ ଓ ଅତିଷ୍ଠ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

