ପ୍ରଲୋଭନ ଦେଖାଇ ମହିଳାଙ୍କ ଜମା ଖାତାରୁ ଟଙ୍କା ଲୁଟିଲେ ସାଇବର୍ ଠକ
ପ୍ରଲୋଭନ ଦେଖାଇ ମହିଳାଙ୍କ ଜମା ଖାତାରୁ ଟଙ୍କା ଲୁଟିଲେ ସାଇବର୍ ଠକ
ପାଟଣା -୧୩-୦୬-୨୦୨୫(ବି.ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ବଡ଼ବିଲ ପଞ୍ଚାୟତ ତାଳସରୁଆ ଗ୍ରାମର ଖଗେଶ୍ବର ମହାନ୍ତ ଙ୍କ ପତ୍ନୀ କେତକୀ ମହାନ୍ତ(୪୪) ନାମ୍ନୀ ଜଣେ ମହିଳାଙ୍କୁ ଗତକାଲି ମୋବାଇଲର ଲଟେରୀ ଉଠିଥିବାର ପ୍ରଲୋଭନ ଦେଖାଇ ସାଇବର୍ ଠକ ଚୂନ କାଳି ବୋଳିଛନ୍ତି। ତାଙ୍କ ଜମା ଖାତାରୁ ୨ ଟି ପର୍ଯ୍ୟାୟରେ ପ୍ରଥମେ ୧୯ ହଜାର ୮୫୬ ଟଙ୍କା ଓ ପରେ ୧୪ ହଜାର ୯୫୮ ଟଙ୍କା ନେଇ ଯାଇଛି। କେତକୀଙ୍କୁ ପ୍ରଲୋଭନ ଦେଖାଇ ତାଙ୍କୁ ୧ ଟଙ୍କା ଫୋନପେରେ ପଠାଇବାକୁ ସାଇବର୍ ଠକ କହିଥିଲା। ମାତ୍ର କେତକୀ ୧ ଟଙ୍କା ଭାବି ଠକଙ୍କୁ ପଠାଇବା ପରେ ଠକ ମେସେଜ ପଠାଇ ତାଙ୍କ ଠାରୁ ଓଟିପି ମାଗି ନେଇଥିଲା। ପରେ ପରେ ୨ଟି ପର୍ଯ୍ୟାୟରେ ଠକ ଟଙ୍କା ନେଇ ଯାଇଥିବା ବାର୍ତ୍ତା ଆସିବା ପରେ ଆଜି କେତକୀ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପାଟଣା ପୁଲିସ ତାଙ୍କୁ ସାଇବର୍ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

