ଗାଁ ଦାଣ୍ଡରୁ ବେଲୋରୋରେ ଉଠାଇ ଅପହରଣ ; ୨ ଗିରଫ
ଗାଁ ଦାଣ୍ଡରୁ ବେଲୋରୋରେ ଉଠାଇ ଅପହରଣ ; ୨ ଗିରଫ
ପାଟଣା : ୧୩-୦୬-୨୦୨୫(ବି.ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ଗ୍ରାମ ର ନିରାକାର ମହାନ୍ତ (୫୦)ଙ୍କୁ ଗତକାଲି କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ପୂର୍ବାହ୍ନ ସାଢ଼େ ୯ ଟା ସମୟ ରେ ଦୁଇ ଜଣ ଯୁବକ ଏକ ବୋଲେରୋ ରେ ଆସି ଗାଁ ଦାଣ୍ଡ ରୁ ଉଠାଇ ନେଇ ଫେରାର ହୋଇଯାଇଥିଲେ।
ଏନେଇ ନିରାକାରଙ୍କ ପରିବାର ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନା ଏସଆଇ ସୁରେଶ ଚନ୍ଦ୍ର ସାହୁ କେସ ନଂ ୧୫୧/୨୦୨୬ ମୂଳେ ଘଟଣାର ତଦନ୍ତ କରି ଅପହରଣର ୨୪ ଘଣ୍ଟା ମଧ୍ୟରେ ୨ ଅପହରଣକାରୀ ଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ଗିରଫ କରିଛନ୍ତି। ଅର୍ଥ କାରବାରକୁ ନେଇ ଏହି ଅପହରଣ ହୋଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଗିରଫ ଦ୍ୱୟ ବାରିପଦା ସଦର ଥାନା ମହୁଲିଆ ଗ୍ରାମର ସୁଶାନ୍ତ ବାରିକ୍(୩୦) ଓ ବୈଶିଙ୍ଗା ଥାନା ଶାଳଗାଁ ଗ୍ରାମ ର ଦିପାୟନ ସାହୁ(୩୯) ବୋଲି ଜଣାପଡିଛି।ଆଜି ଉଭୟକୁ ଅଦାଲତ ଚାଲାଣ କରାଯାଇଥିବା ଜଣାପଡିଛି।

