“ସ୍ୱମାପାଟଣା ମହାବିଦ୍ୟାଳୟ”ରେ ମହାଘୋଟଲା

“ସ୍ୱମାପାଟଣା ମହାବିଦ୍ୟାଳୟ”ରେ ମହାଘୋଟଲା

ପାଟଣା -୧୦-୦୯-୨୦୨୬(ବି .ଏନ .ଓ ) :-(ଦୀନବନ୍ଧୁ ମିଶ୍ର )କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା “ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ” ରେ ଏକ ଚାଞ୍ଚଲ୍ୟକର ଘୋଟାଲା ଯାହାକି ୬ କୋଟି ରୁ ଉର୍ଦ୍ଧ ହବ, ଯାହା ଲୋକଲୋଚନ କୁ ଆସିଛି | ଏଥିରେ କଲେଜ ର ପୂର୍ବତନ କମିଟିର ସଦସ୍ୟ ଗଣ, ଅଂଚଳର ସମସ୍ତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ତଥା ଅଞ୍ଚଳବାଶୀ ଏକଯୋଟ ହୋଇ ଉପଜିଲ୍ଲାପାଳ ତଥା କଲେଜ ର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ଦଳେଇ ଙ୍କ ପାଖରେ ଅଭିଯୋଗ କରିଛନ୍ତି ଏବଂ ଭିଜିଲାନ୍ସ ବିଭାଗ ଚେକିଂ କରି ପ୍ରକୃତ ତଥ୍ୟ ଲୋକଲୋଚନ କୁ ଆଣିବାକୁ ଦାବି କରିଛନ୍ତି | ପ୍ରକାଶ ଥାଉକି, ସ୍ୱାମ ପାଟଣା ଅଞ୍ଚଳବାସୀ ଙ୍କର,ବିଶେଷ କରି, ପୂର୍ବତନ ପାଟଣା ବ୍ଲକ ଅଧକ୍ଷ୍ୟ “ବିଦ୍ୟାଧର ଦାଶ,” ସ୍ବର୍ଗତ ସ୍ୱାଧୀନତା ସଂଗ୍ରାମୀ, ଦେଶସେବକ “କାଁନ୍ହୁ ଚରଣ ଦାଶ”ଙ୍କ ଅକ୍ଲାନ୍ତ,ତଥା କଠିନ ପରିଶ୍ରମ ରେ ଆଜି ମୁଣ୍ଡ ଟେକିଛି ଉକ୍ତ ମହାବିଦ୍ୟାଳୟ | ଯେଉଁଠାରେ ଆଜି ବିଭିନ୍ୟ ସ୍ଥାନରୁ ୨୦୦୦ ରୁ ଅଧିକ ହବ ଛାତ୍ର ଛାତ୍ରୀ ଅଧ୍ୟୟନ କରିବାର ସୁଯୋଗ ପାଇପାରୁଛନ୍ତି | ଏଭଳି ସ୍ଥଳେ କଲେଜ ର ” ଅର୍ଥରାଶି ” ହେରଫେର ଶିକ୍ଷା ଅନୁଷ୍ଠାନରେ ଅତ୍ୟନ୍ତ ଲଜ୍ୟା ଜନକ |ଏଣୁ “ଭିଜିଲାନ୍ସ ଇନକୁଆରୀ “କରି ବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ଏବଂ ଆଗାମୀ ଦିନରେ କଲେଜ ରେ ଥିବା ସମସ୍ତ ସମସ୍ୟା କୁ ଦୂର ନକଲେ ରାଜରାସ୍ତାକୁ ଉଲ୍ହାଇବାକୁ ଜନସାଧାରଣ ଚେତାବନୀ ଦେଇଛନ୍ତି |

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *