ଭାରସାମ୍ୟ ହରାଇ ଓଲଟିଲା ହାଇୱା
ଭାରସାମ୍ୟ ହରାଇ ଓଲଟିଲା ହାଇୱା…
ପାଟଣା ୧୩-୦୬-୨୦୨୬(ବି.ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ ପୋଖରୀ ନିକଟରେ ଆଜି ଭୋର ୪ ସମୟରେ ଏହି ଦୁର୍ଘଟଣା ଘଟିଛି |ସୂଚନା ଅନୁଯାୟୀ ଗତକାଲି କୁଦଙ୍ଗରୁ କରଞ୍ଜିଆ ଅଭିମୁଖେ ଯାଉଥିବା ସମୟରେ ଆସ ବୋଝେଇ ହାଇୱା ଗାଡ଼ିଟି କୁଆପଶି ରାଇସିମିଲ ପୋଖରୀ ନିକଟରେ ବିଦ୍ୟୁତ୍ ଖୁଣ୍ଟ କୁ ଧକ୍କା ଦେବା ସହିତ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା | ଗାଡ଼ି ଭିତରେ ଥିବା ଡ୍ରାଇଭ୍ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

