ବିଜେପିର ଆଗଧାଡିର ସଦସ୍ୟଙ୍କ ଆକାଳ ବିୟୋଗ
ବିଜେପିର ଆଗଧାଡିର ସଦସ୍ୟଙ୍କ ଆକାଳ ବିୟୋଗ
- କୁଶଳୀ ରାଜମିସ୍ତ୍ରୀ ଙ୍କ ଆକାଳ ବିୟୋଗ |
- ଖବର ପାଇ ପହଁଚିଲେ ବଡ଼ ପାଟଣା ସରପଞ୍ଚ ବିନତି ବାନରା |
- ଶେଷଦର୍ଶନ ପାଇଁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅକ୍ଷୟ କୁମାର ସାହୁ ପହଞ୍ଚିଥିଲେ |
ପାଟଣା-୨୯-୦୫-୨୦୨୬(ବି.ଏନ.ଓ ) :(ଦୀନବନ୍ଧୁ ମିଶ୍ର ) ପାଟଣା ମୁଖ୍ୟାଳୟ ଟାଇଁସିରା ବାସିନ୍ଦା ତଥା କୁଶଳୀ ରାଜମିସ୍ତ୍ରୀ ଗଗନ କାରୁଆଙ୍କ ବୁଧବାର ରାତିରେ ଆକାଳ ବିୟୋଗ ଘଟିଛି।କିଛିଦିନ ହେଲା ସେ ପେଟ ରୋଗରେ ପୀଡିତ ଥିଲେ।ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ପାଟଣା ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ନେଇଥିଲେ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରାତି ତିନିଟା ପାଖାପାଖି ଦେହାନ୍ତ ହୋଇଥିଲା।ସେ ଜଣେ କୁଶଳୀ ରାଜମିସ୍ତ୍ରୀ ଭାବେ ବେଶ ଜଣାଶୁଣା ଥିବାବେଳେ ଜଣେ ଭଦ୍ର ମିଷ୍ଟଭାସି ଓ ଦୟାଳୁ ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ।ସେ ବିଜେପିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।ଖବର ପାଇ ବଡପାଟଣା ସରପଞ୍ଚ ବିନତି ବାନରା ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାର ୩ ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କରିଥିଲେ।ପଞ୍ଚାୟତ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅକ୍ଷୟ କୁମାର ସାହୁଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରକୁ ଯାଇ ଅନ୍ତିମ ଦର୍ଶନ କରିଥିଲେ | ଅକ୍ଷୟ କୁମାର ସାହୁ ସଂସ୍କାର କରିବାରେ ଆର୍ଥିକ ସହଯୋଗ କରିଥିବା ବେଳେ ଟାଇଁନସିରା ସ୍ମଶାନ ଘାଟରେ ତାଙ୍କର ସଂସ୍କାର କରା ଯାଇଥିଲା | ସେ ବିଜେପିରର ଜଣେ ଆଗ ଧାଡ଼ିର କାର୍ଯ୍ୟକର୍ତା ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟକର୍ତା ତାଙ୍କୁ ଅନ୍ତିମ ଦର୍ଶନ କରିବାକୁ ପହଞ୍ଚି ନଥିଲେ।ଏନେଇ ବିଜେପି ବରିଷ୍ଠ ନେତା ଅକ୍ଷୟ ସାହୁ ଦୁଃଖ ପ୍ରକାଶ କରିଥିଲେ |

