ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜାତୀୟ ରାଜପଥ ନିର୍ମାଣ ଆରମ୍ଭ
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜାତୀୟ ରାଜପଥ ନିର୍ମାଣ ଆରମ୍ଭ
ପାଟଣା ୩୦-୦୫-୨୦୨୬ (ବି.ଏନ.ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀରେ ଏକ ପୋଲ ଏସ.ଆର.ସି ଠିକା ସଂସ୍ଥା ୪୦ କୋଟି ଟଙ୍କା ବ୍ୟୟରେ ୨୦୨୨ ମସିହାରୁ କାର୍ଯ୍ୟାଦେଶ ପାଇ ଆରମ୍ଭ କରିଥିଲା | କିନ୍ତୁ ପୋଲରୁ ସଂଲଗ୍ନ ଜମିଦେଈ ଯିବାକୁ ଥିବା ରାସ୍ତାକୁ ସମସ୍ତ ଜମିର ମାଲିକ ଉଚିତ ମୂଲ୍ୟ ଦାବି କରିଥିଲେ | ଏଥି ପାଈଁ ପ୍ରାୟତଃ ପୋଲ କାମ ସାରିବାକୁ ବସିଥିବାବେଳେ ଉକ୍ତ ରାସ୍ତାକାମ ବନ୍ଦ ରହିଥିଲା | ଗତ ଶୁକ୍ରବାର ଦିନ ଦୁଇ ପ୍ଲାଟୁନ ପୋଲିସ ମୃତୟନ କରି ଯନ୍ତ୍ରୀ ଇନୁସା ପାଣିଗ୍ରାହୀ,ଏସଡ଼ିଓ ପୁନମ ନୀଳିମା ଟପୋ,ମାଜିଷ୍ଟ୍ରେଟ ଭାବେ ପାଟଣା ଅତିରିକ୍ତ ତହସିଲଦାର ରବିଶଙ୍କର ହେମରମ, ସାହାରପଡା ଅତିରିକ୍ତ ତହସିଲଦାର ଚରଣ ନାୟକ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନାଙ୍କ ଉପସ୍ଥିତରେ ସଂଲଗ୍ନ ରାସ୍ତାକାମ ଆରମ୍ଭ ହୋଇଥିଲା |ଏହା ତିନିଦିନ ଧରି ପୋଲିସ ଉପସ୍ଥିତରେ ଉକ୍ତକାର୍ଯ୍ୟ ଚାଲିବ ବୋଲି ପାଟଣା ତହସିଲଦାର ଅଶ୍ଵନୀ କୁମାର ନାୟକ ପ୍ରକାଶ କରିଛନ୍ତି | କିନ୍ତୁ ଦୁଗାର୍ଦେଈପୁର ଏବଂ ଟାଇଁଶୀରା ଗ୍ରାମର ରାସ୍ତା କାମପାଇଁ ଜମି ଯାଉ ଥିବା ଜମି ମାଲିକମାନେ ଉଚିତ ମୂଲ୍ୟ ପାଇବାକୁ ଲୋକଙ୍କ ସରକାରଙ୍କ ପାଖରେ ଦାବି କରିଛନ୍ତି |

