ଦୁଇ ବର୍ଷ ପୂର୍ତ୍ତିରେ ବିକଶିତ ପାଟଣା ନିର୍ବାଚନ ମଣ୍ଡଳୀ
ଦୁଇ ବର୍ଷ ପୂର୍ତ୍ତିରେ ବିକଶିତ ପାଟଣା ନିର୍ବାଚନ ମଣ୍ଡଳୀ…
ପାଟଣା ୦୫-୦୬-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲାର ପାଟଣା ନିର୍ବାଚନ ମଣ୍ଡଳୀର ଜନ ନେତା ଲୋକପ୍ରିୟ ନେତା, ବିକଶିତ ନିର୍ବାଚନ ମଣ୍ଡଳୀର କର୍ଣ୍ଣଧାରା ବିଧାୟକ ଶ୍ରୀ ଯୁକ୍ତ ଅଖିଳ ଚଦ୍ର ନାଏକଙ୍କର ଦୁଇ ବର୍ଷ ପୂରଣ ହୋଇଛି | ଯାହା ଥିଲା ନିର୍ବାଚନ ମଣ୍ଡଳୀର ଏକ ଯୁଗାନ୍ତ କାରି ବିଜୟ |ଏକ ଐତିହାସିକ ବିଜୟ |ଏ ବିଜୟ ଥିଲା ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସମସ୍ତ ଭୋଟର ଭାଇ ଭଉଣୀଙ୍କର ବୋଲି ଶ୍ରୀଯୁକ୍ତ ବିଧାୟକ ମତ ପ୍ରକାଶ କରିଛନ୍ତି | ସେବା କରିବାର ନୂତନ ଅଧ୍ୟାୟ ସୃଷ୍ଟି କରିବାର ପ୍ରୟାସ ଜାରିରଖିଛନ୍ତି |ଆହୁରି ମଧ୍ୟ ଯାହା ପାଟଣା ମୁଖ୍ୟାଳୟରେ ଦୀର୍ଘ ବର୍ଷ ହବ,କିଛି ହୋଇ ନଥିଲା, ଆଜି ତାହା ଗୋଟିଏ ପରେ ଗୋଟିଏ ଜନସାଧାରଣଙ୍କର ବିକାଶ ମୂଳକ କାର୍ଯ୍ୟ ନିର୍ବାଚନ ମଣ୍ଡଳୀରେ ଅଗ୍ରସର ହେଉଥିବା ବେଳେ, “ମେଗାଷ୍ଟିଲପ୍ଲାଣ୍ଟ ” କରିବାର ଏକ ବୈପ୍ଲବିକ ବିକାଶ ଧାରା ଆଜି ଜନାଦୃତ ହୋଇ ପାରିଛି ଯାହା ଫଳରେ “ସୁନାର କେନ୍ଦୁଝର ଜିଲ୍ଲା” ହେବା ସଙ୍ଗେ ସଙ୍ଗେ ଓଡିଶାର ବିକାଶ ଦିଗରେ ଏକ ଅଧ୍ୟାୟ ସୃଷ୍ଟି କରିବ ବୋଲି ଜନସାଧାରଣ ଆଶା ପୋଷଣ କରିଛନ୍ତି | ଏଥି ସହିତ, ଓଡ଼ିଆ ଅସ୍ମିତା, ସୁଶାସନ, ବିକଶିତ ଗାଁ, ବିକଶିତ ଧାରାକୁ ଜନ ସାଧାରଣଙ୍କ ସହଯୋଗରେ ବହୁ ଆଗକୁ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀ ଯୁକ୍ତ ବିଧାୟକ ମତପ୍ରକାଶ କରିଛନ୍ତି |


