ବୈତରଣୀ ନଦୀରେ ବ୍ୟାରେଜ ପାଇଁ ଦାବି ରଖିଲେ ପାଟଣା ବଧାୟକ |

ବୈତରଣୀ ନଦୀରେ ବ୍ୟାରେଜ ପାଇଁ ଦାବି ରଖିଲେ ପାଟଣା ବଧାୟକ |

ପାଟଣା -୦୩-୦୬-୨୦୨୬(ବି.ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ପାଟଣା ବ୍ଲକ ଟାଙ୍ଗରପଡା ଗ୍ରାମପଂଚାୟତର ନୂଆପଡାଠାରେ ଏବଂ ରାଜନଗର ଠାରେ ଦୁଇଟି ବ୍ୟାରେଜ ବୈତରଣୀ ନଦୀରେ ନିର୍ମାଣ ନିମନ୍ତେ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ନଂ-୧୩୧ / ୨୬ ତା-୦୩-୦୬-୨୦୨୬ମାଧ୍ୟ୍ୟମରେ ଦାବି ରଖିଛନ୍ତି | ଯାହା ଅନେକ ଦିନରୁ ଜନସାଧାରଣ ଦାବିରଖି ଆସୁଥିଲେ | ଏଥିରେ ସଦର ବ୍ଲକ, ପାଟଣା ବ୍ଲକ, ଘଟଙ୍ଗା ବ୍ଲକ, ସାହାରପଡା ବ୍ଲକ, ମୟୁରଭଞ୍ଜର ଠାକୁରମୁଣ୍ଡା ବ୍ଲକର ହଜାର ହଜାର ଚାଷୀ ଚାଷ କାର୍ଯ୍ୟ ରେ ଉପକୃତ ହେବା ସଙ୍ଗେ ସଙ୍ଗେ ଚାଷରେ ଏକ ବୈପ୍ଲବିକ ପରିବର୍ତନ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି | ପ୍ରକାଶ ଥାଉକି ପୂର୍ବରୁ ଏହାର ସର୍ଭେ କାମ ହୋଇ ଥିଲା | ଏଥି ନିମନ୍ତେ ଭୀମକୁଣ୍ଡ ଅନୁସନ୍ଧାନ ଉପଖଣ୍ଡ ଅଫିସ କାର୍ଯ୍ୟାଳୟ ପାଟଣା ଠାରେ କରାଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR )ପ୍ରସ୍ତୁତ କରାଯାଇ ଥିଲା |ଏଥିରେ କୋଣସି ଗ୍ରାମ ବିସ୍ଥାପିତ ହେଉ ନଥିବା ସତ୍ୱେ, ପୂର୍ବ ସରକାର ଧ୍ୟାନ ଦେଉନଥିଲେ କି ଆଗ୍ରହ ପ୍ରକାଶ କରୁନଥିଲେ ଯାହାର ଫାଇଲ “ଉଦୁଳା “ଜଳ ସେଚନ ଖଣ୍ଡରେ ସରଂକ୍ଷିତ ହୋଇ ରହି ଅଛି | ଉକ୍ତ ବ୍ୟାରେଜ ଦ୍ୱାରା ଚାଷର ଉନ୍ନତି ସଙ୍ଗେ ସଙ୍ଗେ ଅନେକ ସମସ୍ୟାର ସମାଧାନ ହୋଇ ପାରିବ | ଅତଏବ ବ୍ୟାରେଜ ହେଲେ ଏହି ପଞ୍ଚଗୋଟି ବ୍ଲକର ଜନସାଧାରଣଙ୍କ ଅନେକ ଦିନର ସ୍ବପ୍ନ, ଆଶା,ପୂରଣ ହବ ବୋଲି ମାନ୍ୟବର ବିଧାୟକ ଆଶା କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *