ଚୌଦ୍ୱାର ଜେଲ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ, ଜେଲରେ ଥାର ଗାଡିର ଭିଡ଼ିଓ ଭାଇରାଲ ଘଟଣା

ଚୌଦ୍ୱାର ଜେଲ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ, ଜେଲରେ ଥାର ଗାଡିର ଭିଡ଼ିଓ ଭାଇରାଲ ଘଟଣା

କଟକ /ଚୌଦ୍ୱାର୧୮-୦୬-୨୦୨୬(ବି .ଏନ .ଓ ) : (ବିଜୟ କୁମାର ପଣ୍ଡା ) ର୍ଚ୍ଚାରେ ରହିଛି ଚୌଦ୍ୱାର ମଣ୍ଡଳ କାରାଗାର। କାରାଗାରରେ ସବୁକିଛି ଠିକ୍‌ଠାକ ଚାଲୁନଥିବା ଅଭିଯୋଗ ହୋଇଛି। କଏଦୀ ଆତ୍ମହତ୍ୟା, କଏଦୀ ଫେରାର,ଜେଲ ଭିତରୁ କଏଦୀଙ୍କ ବଟି ମଗା,କଏଦୀଙ୍କ ଗହଣା ଗାୟବ ଆଦି ଘଟଣା ରେ ଚର୍ଚ୍ଚା ଚୌଦ୍ଵାର ଜେଲ । ପୁଣି ଏବେ ଜଣେ ଗ୍ୟାଙ୍ଗଷ୍ଟାର ସହଯୋଗୀ ଙ୍କ ଚୌଦ୍ୱାର ଜେଲ ର ହତା ଭିତରେ ମୋବାଇଲ ରେ ରିଲସ କରିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l ଗୋଟିଏ ପକ୍ଷରେ ଚୌଦ୍ୱାର ଜେଲ୍ ର ନିରାପତ୍ତା ଥିବା ବେଳେ ଅନ୍ୟ ପକ୍ଷେ ଜେଲ ନିରୀକ୍ଷକ ଙ୍କ ଦାୟିତ୍ୱହୀନ ଯୋଗୁଁ ଏହିଭଳି ଏକ ଭାଇରାଲ ଭିଡ଼ିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି lସୂଚନା ଅନୁଯାଇ ନିକଟରେ ଜେଲରୁ ଧଳ ସାମନ୍ତ ଗ୍ୟାଙ୍ଗ ର ଅନ୍ୟତମ ସହଯୋଗୀ ଲିଟୁଆ ବେହେରା ଜେଲରୁ ବାହାରିବା ସମୟରେ ତାକୁ ଆଣିବା ପାଇଁ ଏକ ଥର ଗାଡ଼ି ଅନାୟଶରେ ଜେଲ୍ ଗେଟ୍ ଭିତରେ ପଶିଥିଲା। ନା କୌଣସି ଯାଞ୍ଚ ହେଲା, ନା କିଛି କଡା ଚେକିଂ ର ସମ୍ମୁଖୀନ ହେଲା। ଜେଲ୍ ନିରାପତ୍ତା ଦୃଷ୍ଟି କୋଣରୁ ଗେଟ୍ ଭିତରେ ବା କ୍ୟାମ୍ପସ ଭିତରେ ଯେ କୌଣସି ବାହାର ଗାଡ଼ି ପ୍ରବେଶ କରିବା କଥା ନୁହେଁ । କିନ୍ତୁ ଏହି ଭାଇରାଲ ଭିଡିଓ ରେ ସ୍ପଷ୍ଟ ଜଣାପଡୁଛି ଗାଡ଼ିଟି ଜେଲ ର ପ୍ରବେଶ ଫାଟକ ଅତିକ୍ରମ କରି କଏଦୀ ବାହାରୁଥିବା ମୁଖ୍ୟ ଫାଟକ ପର୍ଯ୍ୟନ୍ତ ପ୍ରବେଶ କରିଛି ଏବଂ ଗାଡ଼ି ରେ ଥିବା ବ୍ୟକ୍ତି ମଧ୍ୟ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି । ଯେତେବେଳେ ଚୌଦ୍ଵାର ଜେଲ ହତା ଭିତରକୁ କୋର୍ଟ ଭ୍ୟାନ୍,ଆମ୍ବୁଲାନ୍ସ,ଫୟର ଗାଡ଼ି ଏବଂ ପ୍ରଶାସନିକ ଗାଡ଼ି ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ଘରୋଇ ଗାଡ଼ି ଭିତରକୁ ଯିବା ପାଇଁ ହେଲେ ଜେଲ କର୍ତ୍ତୁପକ୍ଷଙ୍କୁ ଅନୁମତି ଆବଶ୍ୟକ ତେବେ ଉକ୍ତ ଗାଡ଼ି କେମିତି ପ୍ରବେଶ କଲା,କାହାର ଅନୁମତି ରେ ପ୍ରବେଶ କଲା ତାହାହିଁ ବିରାଟ ବଡ଼ ପ୍ରଶ୍ନବାଚୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *