ପାଟଣାରେ ସରିଲା “ରଜମଉଜ”
ପାଟଣାରେ ସରିଲା “ରଜମଉଜ”

ପାଟଣା -୧୮-୦୬-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ବିଭିନ୍ୟ ସ୍ଥାନରେ,ରଜ ପାଇଁ ଉତ୍ସବ ମୁଖର ହୋଇଛି | ପାଟଣା ବ୍ଲକ ବନପାଳଙ୍କ କାର୍ଯ୍ୟାଳୟ ନିକଟରେ ବଡ ଧୂମଧାମରେ ରଜ ମଉତ୍ସବ|କୁମାରୀଝିଅମାନେ ପହିଲି ରଜଠାରୁ ଦୋଳି, ବାଗୁଡୁ, ହେଣ୍ଡା ପୁଚି, ଝୁଟି ବିଭିନ୍ୟ ପ୍ରକାରର ଖେଳରେ ଆସର ମଜନ୍ତି | ଏହା ସହିତ ପୋଡ଼ପିଠା, ଚକୁଳି, ଆରିସା ବିଭିନ୍ୟ ସୁସ୍ୱାଦୁ ଖାଦ୍ୟ ସହିତ ନୂଆ ବସ୍ତ୍ର ପରିଧାନ ରଜପର୍ବକୁ ଉତ୍ସବ ମୁଖର କରିଛି | ସତେ ଯେମିତି ଆଧୁନିକ ତାର ସଜବାଜକୁ ପଛରେ ପକାଇ ପୁରାତନ କଳା, ସଂସ୍କୃତି, ପରମ୍ପରାକୁ ଆପଣେଇ ନେଇଛି ଆଉ ଯେମିତି ଭାଇଚାରାକୁ ସୁଦୃଢ କରିଛି ଏଇ ରଜପର୍ବ |ସତେ ଜେମିତି ଚାହିଁ ରହିଥାଏ ବାସୁକୀମାତା ଏଇ “ରଜ ପର୍ବକୁ” |

