ଗୋଚର ଜମିରେ ବଇତାଳୁ ଚାଷ ସାଧାରଣରେ ଅସନ୍ତଷ
ଗୋଚର ଜମିରେ ବଇତାଳୁ ଚାଷ ସାଧାରଣରେ ଅସନ୍ତଷ
କେନ୍ଦୁଝର ୩୦-୦୭-୨୦୨୬(ବି .ଏନ .ଓ ) : (ବିଷ୍ଣୁ ନନ୍ଦ ବେହେରା ) କେନ୍ଦ୍ର ଓ ରାଜ୍ୟ ସରକାର ଜବର ଦଖଲ ଉଚ୍ଛେଦ କରିଥିବା ବେଳେ ଗୋଚର ଜମିରେ ଜିଲ୍ଲା ବାହାରୁ ବେପାରୀ ଆସି ଶହଶହ ହେକ୍ଟର କରୁଛନ୍ତି ବଇତାଳୁ ଚାଷ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା,ବକ୍ସିବାରିଗାଁ, ଜଙ୍ଘିରା ରାଜସ୍ବ ଅଞ୍ଚଳ ବିଭିନ୍ନ ଗ୍ରାମରେ ଥିବା ସରକାରୀ ଗଚର ଜମିରେ କରାଯାଉଛି ବଇତାଳୁ ଚାଷ । ଏହାକୁ ନେଇ ଅଞ୍ଚଳ ବାସୀଙ୍କ ମନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କହିବାକୁ ଗଲେ ଗୋରୁ ଗାଈ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଗୃହ ପାଳିତ ପଶୁ ଓ ବନ୍ୟ ଜନ୍ତୁ ଚରା ବୁଲାରେ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଯେଉଁଥି ପାଇଁ କି ବନ୍ୟ ଜନ୍ତୁ ସାଧାରଣ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଉଛନ୍ତି ଓ ନିର୍ମାଣ ହୋଇଥିବା ଘର ଗୋଡ଼ିକୁ ଭାଙ୍ଗି ନଷ୍ଟ କରୁଛନ୍ତି । ଏହାକୁ ନେଇ ସାଧାରଣରେ ବଡ଼ ଅଭିଯୋଗ ଆସୁଛି ପଣ୍ଡାପଡ଼ା ରାଜସ୍ବ ବିଭାଗ ଏବଂ ବଇତାଳୁ ବେପାରୀଙ୍କ ସହ ମଧୁ ଚନ୍ଦ୍ରିକାରେ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି । ସରକାର ଯେଉଁ ନିୟମ ରଖିଛନ୍ତି ତାହା ରାଜସ୍ବ ବିଭାଗ ଖାମିକ୍ଷାଲି ମନ ଭାବନେଇ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି । ଏହାକୁ ଜିଲ୍ଲା ରାଜସ୍ବ ବିଭାଗ ଅଧିକାରୀ ଦୃଷ୍ଟିଦେଇ ସରକାରୀ ଜାଗାରେ କରାଯାଉଥିବା ବଇତାଳୁ ଚାଷକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି |

