ପାଟଣା ମିଡିଆ ହାଉସରେ ସ୍ୱାଧୀନତା ଦିବସ ପାଳିତ
ପାଟଣା ମିଡିଆ ହାଉସରେ ସ୍ୱାଧୀନତା ଦିବସ ପାଳିତ…
ପାଟଣା, ୧୫-୦୮-୨୦୨୬(ବି. ଏନ. ଓ )(ଦୀନବନ୍ଧୁ ମିଶ୍ର )କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ “ମିଡିଆ ହାଉସ ” ପରିସରରେ ଆଜି ଗରିମାମୟ ପରିବେଶରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱନୀ କୁମାର ନାଏକ, ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ,ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ,ସରପଞ୍ଚ ବିନତି ବାନରା, ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ବିଜେପି ନେତା ଦୁର୍ଗାଚରଣ ନାଏକ, ଯୁଗଳ କିଶୋର ଦାଶ, ସୁବ୍ରତ କୁମାର ଦ୍ବିବେଦୀ,ନେପାଳ ଚନ୍ଦ୍ର ପୁଷ୍ଟି,, ପ୍ରତାପ ଚନ୍ଦ୍ର ମହାନ୍ତ, ଜ୍ୟୋତୀନ୍ଦ୍ର ଦାଶ, ସୁମିତ କୁମାର ପତି, ଅଜିତ କୁମାର ସେଠି ଅବସରପ୍ରାପ୍ତ ତହସିଲଦାର ଯତୀନ୍ଦ୍ରନାଥ ସେଠୀ, ଅବସରପ୍ରାପ୍ତ ସୁରକ୍ଷା ବାହିନୀ କର୍ମଚାରୀ,ହେମନ୍ତ କୁମାର ମହାନ୍ତ, ଉପେନ୍ଦ୍ର କୁମାର ମହାନ୍ତ,ବାଳକୃଷ୍ଣ ମହାନ୍ତ,ନାରାୟଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପାଟଣାର ପୂର୍ବତନ ସରପଞ୍ଚ ପ୍ରଶ୍ନକୁମାର ଭଞ୍ଜଦେଓ,ପାଟଣା କଲେଜ ର କ୍ୟାପଟେନ ଧର୍ମେନ୍ଦ୍ର ସାହୁ, ପାଟଣା କଲେଜର ବରିଷ୍ଠ କର୍ମଚାରୀ, ବ୍ରଜେନ୍ଦ୍ର କୁମାର ପତି(ବୁଲୁ ବାବୁ )ଏବଂ ଅବସରପ୍ରାପ୍ତ ପ୍ରଫେସର,ଜୟନ୍ତ କୁମାର ଦ୍ୱିବେଦୀ ଙ୍କ ସମେତ କଲେଜର ଏନସିସି ଛାତ୍ରଛାତ୍ରୀ, ପ୍ରଶାସନ ର ସମସ୍ତ କର୍ମଚାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଥିଲେ | ଏଥି ସହିତ, ମିଡ଼ିଆ ହାଉସ ର ସଭାପତି,ରାହାସ ବିହାରୀ ପୃଷ୍ଟି,,ସାଧାରଣ ସମ୍ପାଦକ ଦୀନବନ୍ଧୁ ମିଶ୍ର, କୋଷାଧକ୍ୟ ଦୀପକ କୁମାର ଭଞ୍ଜଦେଓ ବରିଷ୍ଠ ସାମ୍ବାଦିକ ବୀରକିଶ୍ୱର ଦାଶ, ଅଞ୍ଜନ କୁମାର ରଣା,ବିଜୟ କୁମାର ମହାନ୍ତ,ସଂଜିତ କୁମାର ଚକ୍ର, ଯତୀନ୍ଦ୍ର ଦାଶ,ସୁଶୀଲ କୁମାର ମହାନ୍ତ, ଦଶରଥ ବାରିକ,କୈଳାସ ଚନ୍ଦ୍ର ମହାନ୍ତ ବସନ୍ତ କୁମାର ମହାନ୍ତ, ସୁଜିତ କୁମାର ଦାଶ, ଉମାକାନ୍ତ ମହାନ୍ତଏବଂ ସମସ୍ତ ସାମ୍ବାଦିକ ସ୍ୱାଧୀନତା ଦିବସ ପାଳନରେ ସାମିଲ ହୋଇଥିଲେ। ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଇଥିଲା।

