ପରମହଂସପୁର ଗାଁରେ ତେଜିଲା ମଦ ବିରୋଧି ଅଭିଯାନ
ପରମହଂସପୁର ଗାଁରେ ତେଜିଲା ମଦ ବିରୋଧି ଅଭିଯାନ
ପରଜଙ୍ଗ -୦୨-୦୭-୨୦୨୬(ବି .ଏନ .ଓ ) : – ଢେ଼ଙ୍କାନାଳ
ଜିଲ୍ଲା ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତ ପରମହଂସପୁର ଗାଁକୁ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ କରିବାକୁ ଗ୍ରାମର ଶତାଧିକ ମହିଳା ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗ୍ରାମର ମହିଳା ମାନେ ଗ୍ରାମ୍ୟ କମିଟିର ସୁପାରିଶକୁ ଗ୍ରହଣ କରି ବୁଧବାର ଅପରାହ୍ନ ସମୟରେ ଗାଁର ମହିଳା ମାନେ ଗାଁ ଚଉପାଢି ଭାଗବତ ଟୁଙ୍ଗିରେ ମହିଳା ମାନେ ଏକତ୍ରିତ ହୋଇ ପ୍ରଥମେ ବୈଠକ ପରେ ଶତାଧିକ ମହିଳା ମଦ ବିରୋଧି ଅଭିଯାନରେ ବାହାରି ଗାଁରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ମଦ ବନ୍ଦ ଆମର ଦାବି , ମହିଳା ଏକତା ଜିନ୍ଦାବାଦ୍ ସ୍ଲୋଗାନ ଦେଇ ଗାଁ ଲୋକଙ୍କୁ ସଚେତନ କରିଥିଲେ । ଗାଁକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ଏସଏଚଜି ମହିଳା ଓ ଗ୍ରାମ୍ୟ କମିଟି ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଗାଁରେ ଦିନକୁ ଦିନ ମଦୁଆ ମାନଙ୍କ ଉତ୍ପାତ ବଢ଼ି ଚାଲିଥିବା ବେଳେ ଗାଁରେ ଲୋକ ମାନେ ଅତିଷ୍ଠ ହୋଇ ଏଭଳି ନିଷ୍ପତ୍ତି ନେଇଥିଲେ । ଗ୍ରାମ୍ୟ କମିଟି ସୁପାରିଶରେ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଂଘର ନେତ୍ରୀ ଏଲିନା ଭୂତିଆ , ପ୍ରଭାତୀ ନଳିନୀ ସାହୁ , ବବିତା ବିଶ୍ୱାଳ , ରୁନୁ ବିଶ୍ଵାଳ , ଅନିତା ବିଶ୍ୱାଳ, ରୁବିଶ୍ୱେତା ବିଶ୍ଵାଳ ସମେତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଓ ଶତାଧିକ ମହିଳା ମଦ ବିରୋଧି ଆନ୍ଦୋଳନରେ ସାମିଲ ହୋଇ ଗାଁରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଥିଲେ । ମଦ ବିରୋଧି ଅଭିଯାନ କାର୍ଯ୍ୟକ୍ରମରେ ଯୁବ ନେତା ତଥା ପୂର୍ବତନ ସରପଞ୍ଚ ଅନିଲ କୁମାର ଭୂତିଆଙ୍କ ନେତୃତ୍ୱରେ ଗ୍ରାମ୍ୟ କମିଟି ସଭାପତି ପଦ୍ମ ଚରଣ ସାହୁ , ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ , ସରପଞ୍ଚ ଅଜିତ୍ କୁମାର ସାହୁ ଓ ଗ୍ରାମ ଯୁବ ଗୋଷ୍ଠି ସହଯୋଗ କରିଥିଲେ । ଆଗାମୀ ଦିନରେ ମହିଳା ମାନେ ଏହି ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛନ୍ତି

